ପଂଚାୟତ ନିର୍ବାଚନ ଫଳାଫଳ ପୂର୍ବରୁ ଦିଲ୍ଲୀରେ ଜମିଲା ବିଜେପି ରାଜନୀତି : ଧର୍ମେନ୍ଦ୍ର କହିଲେ, ୩୦୭ ଆସନରେ ଆମେ ବିଜୟୀ

28

କନକ ବ୍ୟୁରୋ : ଔପଚାରିକ ଭାବେ ଜିଲ୍ଲାପରିଷଦ ନିର୍ବାଚନର ଫଳାଫଳ ଆସିବାର ଦିନକ ପୂର୍ବରୁ ଦିଲ୍ଲୀରେ ବିଜେପି କରିଛି ପ୍ରେସମିଟ୍ । ଏହି ପ୍ରେସମିଟରେ ବିଜେପି କେତେ ଜିଲ୍ଲା ପରିଷଦ ଗଠନ କରିବ ଆଉ କେତେ ଆସନ ଅକ୍ତିଆର କରିଛି ତାର ତଥ୍ୟ ରଖାଯାଇଛି ।

ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପଂଚାୟତ ନିର୍ବାଚନରେ ବିଜେପି ୩୦୭ଟି ଆସନରେ ବିଜୟୀ ହୋଇଛି । ପୂର୍ବରୁ ଧର୍ମେନ୍ଦ୍ର ଆଶଙ୍କା ପ୍ରକାଶ କରିଥିଲେ ଯେ, ଫଳାଫଳ ଗଣତିରେ ପ୍ରଭାବ ପକାଇ ଗଡବଡ କରିପାରନ୍ତି ଶାସକ ଦଳ । ତେଣୁ କାଲି ବିଧିବଦ୍ଧ ଘୋଷଣା ପୂର୍ବରୁ ଆସନ ସଂଖ୍ୟାକୁ ମନେପକାଇ ଦେଇଛନ୍ତି ଧର୍ମେନ୍ଦ୍ର ।