ବିଜେପି ସଭାପତି ଜେ.ପି ନଡ୍ଡାଙ୍କୁ କରୋନା । ସଂକ୍ରମିତ ନେଇ ସୂଚନା ଦେଲେ ନଡ୍ଡା । କହିଲେ ମୋ ସଂସ୍ପର୍ଶରେ ଆସିଥିଲେ ପରୀକ୍ଷା କରାନ୍ତୁ ।

138

କନକ ବ୍ୟୁରୋ: ବିଜେପି ସଭାପତି ଜେପି ନଡ୍ଡା କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଟ୍ଵିଟ୍‌ କରି ସେ ସୂଚନା ଦେଇଛନ୍ତି । ଲେଖିଛନ୍ତି, “କରୋନା ଲକ୍ଷଣ ଦେଖାଯିବା ପରେ ମୁଁ ପରୀକ୍ଷା କରାଇଥିଲି ଓ ତାହା ପିଜିଟିଭ ବାହାରିଥିଲା । ମୁଁ ଏବେ ସୁସ୍ଥ ଅନୁଭବ କରୁଛି, କିନ୍ତୁ ଡାକ୍ତରଙ୍କ ଅନୁରୋଧକ୍ରମେ ମୁଁ ଏକାନ୍ତବାସରେ ରହୁଛି । ମୁଁ ମଧ୍ୟ ସବୁ କରୋନା ନିୟମ ପାଳନ କରୁଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ତୁରନ୍ତ ପରୀକ୍ଷା କରାଇନେବାକୁ ଅନୁରୋଧ କରୁଛି” ।

ଗତ କିଛି ଦିନ ହେଲା ଜେ.ପି.ନଡ୍ଡା ଚର୍ଚ୍ଚାରେ ରହିଆସିଛନ୍ତି । ଗତ ସପ୍ତାହରେ କୋଲକତା ଗସ୍ତ କାଳରେ ତାଙ୍କ ଉପରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହାକୁ ନେଇ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଏହି ଘଟଣା ପାଇଁ ବିଜେପି ତୃଣମୂଳ କଂଗ୍ରେସକୁ ଦାୟୀ କରୁଥିବାବେଳେ ଏହା ବିଜେପିର ନାଟକ ବୋଲି ତୃଣମୂଳ କଂଗ୍ରେସ କହିଛି ।