ଆଜି ୟୁପି ମୁଖ୍ୟମନ୍ତ୍ରୀ ଚୟନ ! ରେସରେ ରାଜନାଥ, ମନୋଜ ଏବଂ ସିଦ୍ଧାର୍ଥ

47

କନକ ବ୍ୟୁରୋ : ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ କିଏ ହେବ । ଆଜି ଚୂଡାନ୍ତ ହେବ ଚୟନ ପ୍ରକ୍ରିୟା ।  ଲକ୍ଷ୍ନୌରେ ବିଜେପି ଏବଂ ଏହାର ସହଯୋଗୀ ଦଳ ଗୁଡିକର ବୈଠକ ବସିବ । ତେବେ ଏହି ପ୍ରକ୍ରିୟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନିଷ୍ପତି ହିଁ ଚୂଡାନ୍ତ ହେବ । ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ, ରେଳବାଇ ଓ ଟେଲିକମ୍ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଏବଂ ଲାଲବାହାଦୂର ଶାସ୍ତ୍ରୀଙ୍କ ନାତି ସିଦ୍ଧାର୍ଥ ।

ସେପଟେ ତାଙ୍କ ନାଁକୁ ନେଇ ହେଉଥବା ଚର୍ଚାକୁ ଖଣ୍ଡନ କରିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି, ବର୍ତମାନ ସେ କେନ୍ଦ୍ରରେ ହିଁ ରହିବେ ଏବଂ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାର କୌଣସି ଯୋଜନା ନାହିଁ । ରାଜନାଥ ନିଜ ମତ ସ୍ପଷ୍ଟ କରିବା ପରେ ରାଜ୍ୟ ବିଜେପି ସଭାପତି କେଶବ ମୌର୍ଯ୍ୟଙ୍କୁ ନେଇ ଚର୍ଚା ଜୋର୍ ଧରିଛି ।

ପୂର୍ବରୁ ଦଳିତ ନେତା ମୌର୍ଯ୍ୟଙ୍କୁ ରାଜ୍ୟ ସଭାପତି କରାଯିବା ପରେ ବିଜେପିର ସାଂଗଠନିକ ସ୍ଥିତି ମଜବୁତ୍ ହୋଇଥିଲା । ଏବଂ ଦଳର ଆଭ୍ୟନ୍ତରୀଣ କଳହର ଅବସାନ ଘଟାଇବାରେ ସେ ସକ୍ଷମ ହୋଇଥିଲେ । ଉଚ୍ଚ ବର୍ଗର ଲୋକଙ୍କ ପାଇଁ ମଧ୍ୟ ସେ ଗ୍ରହଣୀୟ ଥିବାରୁ ତାଙ୍କର ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଅଧିକ ବୋଲି କୁହାଯାଉଛି । ଏଥିସହ ଜଳର ଜାତୀୟ ସମ୍ପାଦକ ତଥା ପଶ୍ଚିମବଂଗ ଦାୟିତ୍ୱରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ନାତି ସିଦ୍ଧାର୍ଥ ସିଂହଙ୍କ ନାଁକୁ ନେଇ ବି ଚର୍ଚା ହେଉଛି ।