କାଳିଆର ତୃତୀୟ କିସ୍ତି ଟଙ୍କା ଆସିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି : ସାମ୍ବାଦିକ ସମ୍ମିଳନୀ କରି ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ ବଡ ପ୍ରଶ୍ନ

206

କନକ ବ୍ୟୁରୋ : କାଳିଆର ତୃତୀୟ କିସ୍ତି ଟଙ୍କା ଆସିବା ପୂର୍ବରୁ ରାଜ୍ୟସରକାରଙ୍କୁ ଘେରିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରାଯାଇଛି । ୫୩ ଲକ୍ଷ ଚାଷୀଙ୍କ ତାଲିକା ସାର୍ବଜନୀନ କରିବା ସହ ପ୍ରତି ପଂଚାୟତରେ ଚାଷୀଙ୍କ ତାଲିକା ଲଗାଇବାକୁ ଦାବି କରିଛି ବିଜେପି । ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ସ୍ପଷ୍ଟ କରନ୍ତୁ ସରକାର । ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ବାଦ ପଡିବା ପରେ ଏବେ ୫୩ ଲକ୍ଷ ହିତାଧିକାରୀ କେଉଁଠୁ ଆସିଲେ ସେ ନେଇ ବିଜେପି ପ୍ରଶ୍ନ କରିଛି । ସେହିପରି ଯେଉଁ ଅଫିସରମାନେ ଅଯୋଗ୍ୟ ତାଲିକାରେ ସାମିଲ କରିଥିଲେ ତାଙ୍କ ଉପରେ କଣ କାର୍ଯାନୁଷ୍ଠାନ ନିଆଯାଇଛି ସେ ନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି ।