କନକ ବ୍ୟୁରା: ଜନ୍ମାଷ୍ଟମୀରେ ଭଜନ ସମାରୋହରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ନିଜେ ନାମ ସଂକୀର୍ତ୍ତନ କରିଥିଲେ ସମ୍ବିତ ପାତ୍ର । ତାଙ୍କ ସହ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ ସାମିଲ ହୋଇଥିଲେ ।

Advertisment

ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଥିଲା ମୋ ମାଟି ମୋ ଦେଶ ଅଭିଯାନ । ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ମାଟି ସଂଗ୍ରହ କରାଯାଇଥିଲା । ଏହି ସମୟରେ ସମ୍ବିତ ପାତ୍ର ହାତରେ ଝାଞ୍ଜ ଧରି ସଂକୀର୍ତ୍ତର୍ନ କରିଥିଲେ । ସେହିପରି ଜୟନ୍ତ ଷଡଙ୍ଗ ମୃଦଙ୍ଗ ବଜାଇଥିଲେ । ସମ୍ବିତ ପାତ୍ର ଏହି ସମୟର ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଦେଶର ପ୍ରାୟ ୭୫ ହଜାର ସ୍ଥାନରୁ କଳସରେ ସହିଦଙ୍କ ଜନ୍ମଭୂମିରୁ ମାଟି ନିଆଯାଇ ଦିଲ୍ଲୀରେ ଅମୃତ ବାଟିକା ସ୍ଥାପନ କରାଯିବ ।