ରାଜନୀତିରୁ ସନ୍ୟାସ ନେଲେ ବାବୁଲ ସୁପ୍ରିୟୋ, ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ମନର କଥା

457

କନକ ବ୍ୟୁରୋ : ଜାତୀୟ ରାଜନୀତିରେ ଏକ ବଡ ଘଟଣା ଘଟିଛି । ପଶ୍ଚିମବଙ୍ଗରୁ ବିଜେପି ସାଂସଦ ଓ ପୂର୍ବ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ୟାସ ନେଉଥିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି କି ସାମଜ ସେବା କରିବାକୁ ସେ ରାଜନୀତିରେ ଯୋଗ ଦେଇଥିଲେ, ଏବେ ସେ ତାଙ୍କର ଚିନ୍ତା ପରିବର୍ତ୍ତନ କରିଛନ୍ତି ବୋଲି ଲେଖିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବି ସେ ସାଂସଦ ଥାଇ ବିଧାନସଭା ନିର୍ବାଚନ ଲଢି ପରାଜିତ ହୋଇଥିଲେ ।

ରାଜନୀତି ଛାଡିବା ନେଇ କିଛି ନିଦ୍ଧିଷ୍ଟ କାରଣ କହିନଥିଲେ ବି ସେ ୨୦୧୪ ରେ ବିଜେପିରେ ଯୋଗଦେଇ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ସେ ବିଜେପି ଟିକେଟରୁ ଆସାନସୋଲ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ୨ ଥର ସାଂସଦ ଭାବେ ବିଜୟୀ ହୋଇଥିଲେ । ସେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ପରିବେଶ ଓ ଜଙ୍ଗଲ ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଥିଲେ ।

ରାଜନୀତି ଛାଡୁଥିବା ନେଇ ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ରେ ଲେଖିଛନ୍ତି କି “ମୁଁ ସମସ୍ତଙ୍କୁ ଖୁସି କରିବାକୁ ରାଜନୀତିକୁ ଆସି ନଥିଲି, ଏହା ମୋ ଦ୍ୱାରା ସମ୍ଭବ ନୁହେଁ କି ଏଭଳି କରିବାକୁ ମୁଁ କେବେ ଚେଷ୍ଟା କରିନାହିଁ, ଏହି କାରଣରୁ ମୁଁ ସମସ୍ତଙ୍କ ନିକଟରେ ଭଲ ହୋଇ ପାରିଲି ନାହିଁ ” । ସେ ଆହୁରି ଲେଖିଛନ୍ତି କି ‘ମୁଁ ଅନ୍ୟକିଛି ହୋଇପାରେ, କିନ୍ତୁ ଅବସରବାଦୀ, ଅବିଶ୍ୱସନୀୟତା ଓ ପଛପଟୁ ଛୁରୀ ମାରୁଥିବା ଲୋକଙ୍କ ଭିତରେ ନାହିଁ’ ।

କହିରଖୁ କି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବିଦା ହେବା ପରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ । ଏନେଇ ସେ ଲେଖିଥିଲେ କି ” କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପଶ୍ଚିମବଙ୍ଗରୁ ସ୍ଥାନ ପାଇଥିବା ନେତା ମାନଙ୍କୁ ମୋ ତରଫରୁ ଅନେକ ଶୁଭେଚ୍ଛା, ମୁଁ ମୋ ନିଜ ପାଇଁ ଦୁଖ କରୁଥିଲେ ବି ସେମାନଙ୍କ ପାଇଁ ବହୁତ ଖୁସି ଅଛି ।