କଟକ ଓ ଭୁବନେଶ୍ୱରରେ ମେଟ୍ରୋ ସେବା ପାଇଁ ଚିଠି : ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

99

କନକ ବ୍ୟୁରୋ : ଟ୍ୱିନସିଟିରେ ମିଳୁ ମେଟ୍ରୋ ସେବା । ଏନେଇ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଅପରାଜିତା ଉଭୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରସରକାରଙ୍କୁ ଚିଠି ମାଧ୍ୟମରେ ମେଟ୍ରୋ ରେଳ ସେବା ନେଇ ଅନୁରୋଧ କରିଛନ୍ତି । ଭୁବନେଶ୍ୱର–କଟକରେ ଲୋକଙ୍କ ସୁବିଧା ପାଇଁ ଏହି ରେଳ ସେବା ଆରମ୍ଭ କରିବାକୁ ସେ ଜଣାଇଛନ୍ତି । ଜନସାଧାରଣଙ୍କ ଯାତାୟତକୁ ସରଳ ସୁବିଧା କରିବାକୁ ମେଟ୍ରୋ ସେବା ଆରମ୍ଭ କରାଯିବାର ଆବଶ୍ୟକ ରହିଛି ।

ଏ ନେଇ ସେ କେନ୍ଦ୍ର ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ସୁଦ୍ଧା ଦେଶର ମେଟ୍ରୋ ଟ୍ରେନ୍ ସେବା ୨୫ ସହର ଛୁଇଁବ ବୋଲି କହିଥିଲେ । ୨୦୧୪ରେ ୫ଟ ସହରରେ ମେଟ୍ରୋ ଟ୍ରେନ୍ ସେବା ଉପଲବ୍ଧ ଥିଲା । ଏବେ ୧୮ ଟି ସହରରେ ମେଟ୍ରୋ ଟ୍ରେନ୍ ସେବା ଲୋକଙ୍କ ପାଇଁ ରହିଛି । ତେବେ ୨୦୨୫ ସୁଦ୍ଧା ଏହି ମେଟ୍ରୋ ଟ୍ରେନ୍ ସେବା ୨୫ଟି ସହରରେ ପହଂଚାଇବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।