କନକ ବ୍ୟୁରୋ : ସବୁ ଚର୍ଚ୍ଚାର ଘଟିଲା ଅନ୍ତ । ମଧ୍ୟପ୍ରଦେଶ ଓ ଛତିଶଗଡ ଭଳି ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ନୂଆ ଚେହେରା ଉପରେ ମୋହର ମାରିଛି ବିଜେପି । ସାଙ୍ଗାନେରରୁ ବିଧାୟକ ଥିବା ଭଜନଲାଲ ଶର୍ମାଙ୍କୁ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛି ବିଜେପି । ସବୁଠୁ ବଡ କଥା ହେଲା, ପ୍ରଥମ ଥର ବିଧାୟକ ଜିତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭଜନଲାଲ । ଯାହା ସମସ୍ତଙ୍କୁ ଚକିତ କରିଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରେସରେ ଭଜନଲାଲଙ୍କ ନାଁକୁ ନେଇ ଆଦୌ ଚର୍ଚ୍ଚା ହେଉନଥିଲା । ଅନେକ ବଡ ଚେହେରା ମୁଖ୍ୟମନ୍ତ୍ରୀ ରେସରେ ଥିଲେ ମଧ୍ୟ ଶେଷରେ ଭଜନଲାଲଙ୍କ ନାଁରେ ମୋହର ବାଜିଛି ।
ଭଜନଲାଲ ଶର୍ମା ବିଜେପି ସଙ୍ଗଠନ ସହ ଦୀର୍ଘଦିନ ହେବ ଜଡିତ ଅଛନ୍ତି । ରାଜସ୍ଥାନ ବିଜେପି ସଙ୍ଗଠନରେ ଏବେ ମହାମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି ଭଜନଲାଲ । କିନ୍ତୁ ଦୀର୍ଘଦିନ ହେବ ଆରଏସଏସ ଓ ଏବିଭିପିରେ କାର୍ଯ୍ୟ କରି ଆସିଛନ୍ତି ଭଜନଲାଲ । ସବୁଠୁ ବଡ କଥା ହେଲା, ପ୍ରଥମଥର ପାଇଁ ଟିକେଟ ପାଇଥିବା ଭଜନଲାଲଙ୍କୁ ବିଜେପିର ଗଡ କୁହାଯାଉଥିବା ସାଙ୍ଗନେରରୁ ପ୍ରାର୍ଥୀ କରିଥିଲା ଦଳ । ବିଧାୟକ ଅଶୋକ ଲାହୋଟିଙ୍କ ଟିକେଟ କାଟି ଭଜନଲାଲଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା ଦଳ ।
#WATCH | Rajasthan CM-designate Bhajanlal Sharma garlanded after BJP picks him for the CM post, in Jaipur pic.twitter.com/rcwibk9fDd
— ANI (@ANI) December 12, 2023
କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ, ବିନୋଦ ତାବଡେ ଓ ସରୋଜ ପାଣ୍ଡେଙ୍କ ଉପସ୍ଥିତିରେ ଭଜନଲାଲଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ଭଜନଲାଲଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ଦୀୟା ସିଂ ଏବଂ ପ୍ରେମ ଚନ୍ଦ୍ର ବୈରୱା ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । ସେହିଭଳି ବାସୁଦେବ ଦେବନାନୀଙ୍କୁ ବାଚସ୍ପତି ଭାବେ ବାଛିଛନ୍ତି ବିଜେପି ବିଧାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/41-2.jpg)