କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ନିର୍ବାଚନ ହେବା ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ଚିହିଁକି ଉଠିଛନ୍ତି ଆତଙ୍କବାଦୀ ସଙ୍ଗଠନ । ଏହି ଖବର ଜାଣିବା ପରେ ଏବେ ପୁଣିଥରେ ଆତଙ୍କ ରଚିବାକୁ ପ୍ରସ୍ତୁତ ହେଉଛନ୍ତି ଆତଙ୍କବାଦୀ ସଙ୍ଗଠନ । ଯାହାକୁ ନେଇ ଗୁଇନ୍ଦା ବିଭାଗ ସତର୍କ ସୂଚନା କରିଛନ୍ତି । ମିଳିଥିବା ସୂଚନା ମୁତାବକ, ଆତଙ୍କବାଦୀ ମାନେ ଜମ୍ମୁ-କାଶ୍ମୀରରେ ବିଜେପି ନେତାଙ୍କୁ ଟାର୍ଗେଟ କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି ବିଜେପି ନେତାଙ୍କ ସୁରକ୍ଷାକୁ ନେଇ ବଡ ପଦକ୍ଷେପ ନିଆଯାଇପାରେ । ପାକିସ୍ତାନରୁ ଅପରେଟ କରୁଥିବା କୁଖ୍ୟାତ ଆତଙ୍କବାଦୀ ମାନେ ଜମ୍ମୁ-କାଶ୍ମୀରରେ ନିର୍ବାଚନ ପୂର୍ବରୁ ଆତଙ୍କ ରଚି ଭୟଭୀତ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ଯେଉଁମାନେ ନିର୍ବାଚନ ଲଢିବାକୁ ଭାଗ ନେବାକୁ ଇଚ୍ଛୁକ ଏବଂ ସେମାନଙ୍କର ସମର୍ଥକଙ୍କୁ ଟାର୍ଗେଟ କରିବାକୁ ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ନିର୍ଦ୍ଦେଶ ଦେଇଛନ୍ତି । ଖାସକରି ବିଜେପି ନେତା ଓ କର୍ମୀଙ୍କୁ ଟାର୍ଗେଟ କରିବାକୁ କୁହାଯାଇଛି । ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଜମ୍ମୁ-କାଶ୍ମୀରରେ ଥିବା ବିଜେପି ନେତାଙ୍କ ସୁରକ୍ଷାକୁ କଡାକଡି କରିପାରେ ପୋଲିସ ଓ ସୁରକ୍ଷାବାହିନୀ । ସେହିଭଳି ଯେଉଁମାନେ ଆତଙ୍କବାଦୀଙ୍କ ଆଶ୍ରୟ ଦେଉଥିଲେ ସେମାନଙ୍କ ଉପରେ ମଧ୍ୟ ସୁରକ୍ଷାବାହିନୀ ମଧ୍ୟ ନଜର ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/depositphotos_93662274-stock-photo-silhouette-of-two-terrorists.webp)