ବନ୍ଧାହେଲେ ବିଜେପି ନେତା ! କୋଟିଏ ଟଙ୍କାର ଜମି ଠକେଇ ମାମଲାରେ ମୟୂରଭଂଜ ଜିଲ୍ଲା ସଭାପତି ଗିରଫ

37

କନକ ବ୍ୟୁରୋ: କୋଟିଏ ଟଙ୍କାର ଜମି ଠକେଇ ମାମଲାରେ ବିଜେପି ନେତା ଗିରଫ । ମୟୂରଭଂଜ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ରବିବାର ରାତି ପ୍ରାୟ ୧୧ଟାରେ ଇନଫୋସିଟି ଥାନା ପୋଲିସ ଓ କଟକ ପୋଲିସ ମିଳିତ ଭାବେ କୃଷ୍ଣଙ୍କୁ କଟକର ମଙ୍ଗଳାବାଗ ଅଂଚଳରୁ ଗିରଫ କରିଛନ୍ତି । ଗତ ଶୁକ୍ରବାର ରାତି ପ୍ରାୟ ୩ଟାରେ କୃଷ୍ଣ ମହାପାତ୍ରଙ୍କ ବାରିପଦା ଫରେଷ୍ଟ କଲୋନି ସ୍ଥିତ ଘରେ ପୋଲିସ ଚଢାଉ କରିଥିଲା । ତେବେ ଆଗୁଆ ସୂଚନା ପାଇ ଖସିପଳେଇବାରେ ସକ୍ଷମ ହୋଇଥିଲେ କୃଷ୍ଣ ।

ଅଭିଯୋଗ ଅନୁସାରେ, କୃଷ୍ଣ ଭୁବନେଶ୍ୱରରେ ଥିବା ତାଙ୍କର ଏକ ଜମିକୁ ଜଣକୁ ବିକ୍ରି କରି ପୁଣି ଦ୍ଵିତୀୟବାର ଅନ୍ୟଜଣଙ୍କୁ ବିକ୍ରି କରିଥିଲେ । ଦ୍ଵିତୀୟ କ୍ରେତା ରୀନା ଧୀର ଏହା ଜାଣିବା ପରେ ଟଙ୍କା ଫେରସ୍ତ କରିବାକୁ କହିଥିଲେ । କୃଷ୍ଣ ମହାପାତ୍ର ତାଙ୍କୁ ଏକ ଚେକ୍ ଦେଇଥିଲେ, ଯାହା ବାଉ୍ନସ ହୋଇଯାଇଥିଲା । ଏନେଇ ରୀନା ୨୦୧୨ରେ ଭୁବନେଶ୍ୱର ଇନଫୋସିଟି ଥାନାରେ ଏତଲା ଦେବାପରେ ଏକ ମାମଲା ରୁଜୁ ହୋଇଥିଲା । କୋର୍ଟ ୱାରେଣ୍ଟ୍ ବଳରେ ଗତ ଶୁକ୍ରବାର ରାତିରେ ପୁଲିସ ଚଢ଼ଉ କରିଥିଲେ ହେଁ ଧରିବାରେ ସଫଳ ହୋଇନଥିଲା ।