କନକ ବ୍ୟୁରୋ : ସୁସ୍ଥ ହୋଇ ଫେରିବା ପରେ ଚିରାଚରିତ ଢଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଜୟ ନାରାରୟଣ ମିଶ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ୍-ଟି ସଚିବଙ୍କୁ ସମାଲୋଚନା କରିବା ସହ ଆଣିଛନ୍ତି ସାଂଘାତିକ୍ ଅଭିଯୋଗ । ଜୟ ନାରାୟଣ ମିଶ୍ର କହିଛନ୍ତି- ଓଡ଼ିଶାରେ ଲିଜରେ ଚାଲିଛି ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ୍-ଟି ସଚିବଙ୍କୁ ଶାସନକୁ ଲିଜରେ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଓଡ଼ିଶାରେ ଗଣତନ୍ତ୍ରର ପରିହାସ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଜୟ ନାରାୟଣ ମିଶ୍ର ।

Advertisment

ଜୟ ନାରାୟଣ ମିଶ୍ରଙ୍କ ଏଭଳି ସାଂଘତିକ୍ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟର ମିଶ୍ର । ଟୁଇଟ୍ କରି ଲେଖିଛନ୍ତି- ଆମେ ଶୁଣିଲୁ, ଶ୍ରୀ ଜୟନାରାୟଣ ମିଶ୍ର ମାନସିକ ଚିକିତ୍ସା ପାଇଁ ଯାଇଥିଲେ । ତାଙ୍କର ସଂପୂର୍ଣ୍ଣ ଚିକିତ୍ସା ସରିବା ପୂର୍ବରୁ ସେ ଖସି ଆସିଥିବା ଭଳି ଲାଗୁଛି । ସେ ଶ୍ରୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଆମେ ପ୍ରାର୍ଥନା କରୁଛୁ । ତାଙ୍କର ପୁରୁଣା ଆଚରଣକୁ ଦୃଷ୍ଟିରେ ଆମେ ଗଣମାଧ୍ୟମ ଏବଂ ରାଜ୍ୟ ବିଜେପି ନେତାଙ୍କୁ ତାଙ୍କଠାରୁ ସୁରକ୍ଷିତ ଦୂରତା ରଖିବାକୁ ଉପଦେଶ ଦେବୁ ।