ଆସିଲା ବୁଥ୍ ବାହୁଡା ମତ । ମହାରାଷ୍ଟ୍ରରେ ପୁଣିଥରେ ସରକାରକୁ ଫେରିପାରେ ବିଜେପି-ଶିବସେନା ମେଣ୍ଟ, ହରିୟାଣାରେ ଫୁଟିପାରେ ପଦ୍ମ । 

385

କନକ ବ୍ୟୁରୋ:  ଆସିଲା ବୁଥ ବାହୁଡା ମତ । ଉଭୟ ମହାରାଷ୍ଟ୍ର ଓ ହରିୟାଣାରେ ପୁଣି ଫୁଟିପାରେ ପଦ୍ମ । ଜାତୀୟ ଗଣମାଧ୍ୟମର ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ ଉଭୟ  ହରିୟାଣା ଓ ମହାରାଷ୍ଟ୍ରରେ ବିଜେପିକୁ ମିଳିଛି ବହୁମତ ।

ଏବିପି-ସି ଭୋଟର ଏକଜିଟ୍ ପୋଲ ରିପୋର୍ଟରେ ବିଜେପି-ଶିବସେନା ମେଣ୍ଟକୁ ବହୁମତ । ୨୦୦ରୁ ଅଧିକ ଆସନ ସହ ପୁଣିଥରେ ମହାରାଷ୍ଟ୍ର ସରକାର ଗଢିପାରେ ବିଜେପି-ଶିବସେନା ମେଣ୍ଟ ।  କଂଗ୍ରେସକୁ ଲାଗିପାରେ ବଡ ଝଟକା ।

ଇଣ୍ଡିଆ ଟୁଡେ- ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେ  ରିପୋର୍ଟ । ମହାରାଷ୍ଟ୍ରରେ ପୁଣିଥରେ ସରକାର ଗଢିପାରେ ବିଜେପି-ଶିବସେନା ମେଣ୍ଟ ।  ୧୬୬ରୁ ୧୯୪ ଆସନ ମହାରାଷ୍ଟ୍ରରେ ବାଜି ମାରିପାରେ ବିଜେପି-ଶିବସେନା ମେଣ୍ଟ । କଂଗ୍ରେସ-ଏନସିପି ମେଣ୍ଟକୁ ମିଳିପାରେ ମାତ୍ର ୭୨ରୁ ୯୦ ଆସନ ।

ଟାଇମସ୍ ନାଓ ସର୍ଭେ ରିପୋର୍ଟରେ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ବହୁମତ ।  ବିଜେପି-ଶିବସେନା ମେଣ୍ଟକୁ ୨୧୩, କଂଗ୍ରେସ-ଏନସିପି ମେଣ୍ଟକୁ ମିଳିପାରେ ୬୧ ଆସନ ।

 ଆସିଲା ବୁଥ୍ ବାହୁଡା ମତ । ରିପବ୍ଲିକ- ଜନ୍ କି ବାତ୍ ସର୍ଭେ ରିପୋର୍ଟରେ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଗଢିବ ସରକାର ।  ବିଜେପି-ଶିବସେନା ମେଣ୍ଟକୁ ମିଳିପାରେ ୨୧୬ରୁ ୨୩୦ ଆସନ, କଂଗ୍ରେସ-ଏନସିପି ମେଣ୍ଟକୁ ମିଳିପାରେ ୫୦ରୁ ୫୯ ଆସନ ।

ହରିୟାଣାରେ ବିଜେପିକୁ ବହୁମତ ।  ୫୨ରୁ ୬୩ ଆସନ ସହ ପୁଣି ସରକାର ଗଢିପାରେ ବିଜେପି, କଂଗ୍ରେସକୁ ମିଳିପାରେ ମାତ୍ର ୧୫ରୁ ୧୯ ଆସନ ।

 ଏନଡିଟିଭି ସର୍ଭେ ରିପୋର୍ଟରେ ମହାରାଷ୍ଟ୍ର  ଓ ହରିୟାଣାରେ ପୁଣିଥରେ ଫୁଟିବ ପଦ୍ମ । ମହାରାଷ୍ଟ୍ରରେ ୨୧୧ ଆସନ ସହ ଏକାକୀ ସରକାର ଗଢିପାରେ ବିଜେପି-ଶିବସେନା ମେଣ୍ଟ । ହରିୟାଣାରେ ୬୬ ଆସନ ସହ ଏକାକୀ ସରକାର ଗଢିବ ବିଜେପି ।

ଟିଭି ୯ ମରାଠୀର ସର୍ଭେ ରିପୋର୍ଟ । ମହାରାଷ୍ଟ୍ରରେ ପୁଣି ଉଡିବ ଗେରୁଆ ବାନା ।  ବିଜେପି-ଶିବସେନା ମେଣ୍ଟକୁ ୧୯୭ ମିଳିପାରେ ୧୯୭ ଆସନ, କଂଗ୍ରେସ-ଏନସିପି ମେଣ୍ଟକୁ ଲାଗିପାରେ ବଡ ଝଟକା । ମିଳିପାରେ ମାତ୍ର ୭୫ ଆସନ ।

ନ୍ୟୁଜ୍ ୧୮- ଇପସସ୍ ସର୍ଭେ ରିପୋର୍ଟ । ୨୪୩ ଆସନ ସହ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଗଢିପାରେ ସରକାର, ଜିତିପାରନ୍ତି ଶିବସେନା ପ୍ରାର୍ଥୀ ଆଦିତ୍ୟ ଠାକରେ ।

ନ୍ୟୁଜ୍ ୧୮- ଇପସସ୍ ଏକଜିଟ୍ ପୋଲ ରିପୋର୍ଟ । ହରିୟାଣାରେ ପୁଣି ଦେଖିବାକୁ ମିଳିପାରେ ଖଟ୍ଟର ସରକାରର ଯାଦୁ, ୭୫ ଆସନ ସହ ସରକାର ଗଢିପାରେ ବିଜେପି । କଂଗ୍ରେସକୁ ମିଳିପାରେ ମାତ୍ର ୧୦ ଆସନ ।