ଜଣେ ଅଫିସର ଦୁଇଟି ପଦବୀରେ ରହିବାକୁ ନେଇ ବିଜେପିର ଅଭିଯୋଗ। ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲେ ବିଜେପି ନେତା।

163

କନକ ବ୍ୟୁରୋ: ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ । ଚଳିତମାସ ୩ ତାରିଖରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଛି । ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ହେଉଛି ନିର୍ବାଚନ କମିଶନଙ୍କ ଦାୟିତ୍ୱ । ହେଲେ ଯିଏ ନିର୍ବାଚନ କମିଶନ ଦାୟିତ୍ୱରେ ଅଛନ୍ତି, ସିଏ ମଧ୍ୟ ସରକାରରେ ଅଛନ୍ତି । ତେଣୁ ଏହାକୁ ନେଇ ସୃଷ୍ଟି ହୋଇଛି ବଡ଼ ବିବାଦ । ଆଉ ବିବାଦ ଘେରକୁ ଆସିଛନ୍ତି ରାଜ୍ୟ ମ୍ୟୁନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ସେ ବର୍ତମାନ ଗୋଟିଏ ପଟେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଥିବାବେଳେ ଅନ୍ୟପଟେ ରାଜ୍ୟ ସରକାରଙ୍କ ପଞ୍ଚାୟତୀରାଜ ବିଭଗର ପ୍ରମୁଖ ସଚିବ ଅଛନ୍ତି । ଅର୍ଥାତ୍ ସୁଶୀଲ ଲୋହାନୀ ଗୋଟିଏ ସମୟରେ ସରକାରୀ ବିଭାଗରେ ଅଛନ୍ତି, ଆଉ ନିର୍ବାଚନ ମଧ୍ୟ ପରିଚାଳନା କରୁଛନ୍ତି । ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ବିଜେପିର ପ୍ରତିନିଧି ଦଳ । ଅନ୍ୟପଟେ ସୁଶୀଲ ଲୋହାନୀଙ୍କ ଭୂମିକାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ ଉଠାଇଛି ରାଜ୍ୟ ବିଜେପି

ନଜର ପକାନ୍ତୁ ପଞ୍ଚାୟତିରାଜ ବିଭାଗର ଏହି ଚିଠି ଉପରେ । ଏହି ମାସ ୭ ତାରିଖରେ ଏକ ବଦଳି ଅର୍ଡର ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତି ଅନୁସାରେ ଭଦ୍ରକ ଜିଲ୍ଲାର ଧାମନଗର ଓ ତିହିଡ଼ି ବିଡିଓଙ୍କୁ ବଦଳି କରାଗଲା । କୋରାପୁଟର ଲକ୍ଷ୍ମୀପୁର ତହସିଲଦାର ବନବିହାରୀ ଦିଣ୍ଡାଙ୍କୁ ମିଳିଲା ଧାମନଗର ବିଡିଓ ଦାୟିତ୍ୱ । ସେହିପରି କଳାହାଣ୍ଡି କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର ହେଲେ ତିହିଡି ବିଡିଓ । କିନ୍ତୁ ପ୍ରଶ୍ନ ଉଠୁଛି

ପୂର୍ବ ଅଧିକାରୀଙ୍କୁ ବଦଳ କରାଯାଇ ଏଦୁଇ ଜଣଙ୍କୁ ରାତି ଅଧିଆ କାହିଁକି ନିଯୁକ୍ତ କରାଗଲା ?
ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲା ବେଳେ କେଉଁ ଆଧାରରେ ଏପରି ଅଦଳ ବଦଳ କରାଗଲା?
ନିର୍ବାଚନ ପରିଚାଳନା କରୁଥିବା ବେଳେ କାହିଁକି ସରକାରୀ ଦାୟିତ୍ୱରେ ରହିବେ ସୁଶୀଲ ଲୋହାନୀ?