ମନ୍ଦିରରେ ପୂଜାର୍ଚ୍ଚନା କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ : କହିଲେ ମୁଁ ନିମିତ ମାତ୍ର, ନିର୍ବାଚନ ଲଢୁଛନ୍ତି ଧାମନଗରବାସୀ; ଫଳାଫଳକୁ ଜଣାଇବି ସମ୍ମାନ

90

କନକ ବ୍ୟୁରୋ : ଭଦ୍ରକ ବାଶୁଳି ମନ୍ଦିରରେ ପୂଜାଚ୍ଚନା କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । କହିଲେ ମୁଁ ନିମିତ ମାତ୍ର, ନିର୍ବାଚନ ଲଢୁଛନ୍ତି ଧାମନଗରବାସୀ । ଫଳାଫଳ ଯାହା ବି ଆସୁ ମୁଁ ତାକୁ ସମ୍ମାନ ଜଣାଇବି ।

ତେବେ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ମିଳିପାରେ ଅନୁକମ୍ପା ଭୋଟ୍ । ଧାମନଗରରେ ବିଷ୍ଣୁଙ୍କ ପ୍ରବଳ ଲୋକପ୍ରିୟତା ଥିଲା । ବିଜେପିର ଶକ୍ତିଶାଳୀ ସଙ୍ଗଠନ ସଫଳତା ଦେଇପାରେ । ଯୁବବର୍ଗ ସୂରଜଙ୍କ ସହ ଯିବା ଅନେକ ସମ୍ଭାବନା । ଯୁବ ସଙ୍ଗଠନ ଜରିଆରେ ଲୋକପ୍ରିୟତା ହାସଲ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ ପ୍ରଚାର କରିଥିଲେ । ଅନେକ ହେଭିୱେଟ୍ ନେତା ତାଙ୍କ ପାଇଁ ଭୋଟ୍ ମାଗିଛନ୍ତି ।