ପଞ୍ଜାବ ପୌର ନିର୍ବାଚନ: ବିଜେପି ପ୍ରାର୍ଥୀଙ୍କୁ ମିଳିଲା ମାତ୍ର ୯ଟି ଭୋଟ୍ । ପରିବାର ସଦସ୍ୟ ସଂଖ୍ୟା କିନ୍ତୁ ୨୦ । 

102

କନକ ବ୍ୟୁରୋ: କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଭିତରେ ଆଜି ପଞ୍ଜାବରେ ପୌରନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କଂଗ୍ରେସକୁ ବଡ ବିଜୟ ମିଳିଥିବାବେଳେ ବିଜେପି ଓ ଅକାଳୀ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି । ତେବେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରାର୍ଥୀକୁ ମାତ୍ର ୯ଟି ଭୋଟ୍ ମିଳିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଏହି ନିର୍ବାଚନରେ ଗୁରୁଦାସପୁର ନଗରପାଳିକା ପରିଷଦର ୧୨ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ ଥିବା କିରଣ କୌରଙ୍କୁ ମାତ୍ର ୯ ଜଣ ଭୋଟର ଭୋଟ୍ ଦେଇଥିଲେ । ଯାହା ଫଳରେ ସେ ଲଜ୍ଜାଜନକ ପରାଜୟ ଭୋଗିଛନ୍ତି । ତେବେ କଂଗ୍ରେସ ପ୍ରାର୍ଥୀ ଜଣକ ଇଭିଏମ୍ ହେରଫେର୍ କରିଥିବା ସେ ଅଭିଯୋଗ କରିଛନ୍ତି । କିରଣ କୌରଙ୍କ କହିବାମୁତାବକ ତାଙ୍କ ନିଜ ପରିବାର ସଦସ୍ୟଙ୍କ ସଂଖ୍ୟା ପାଖାପାଖି ୨୦ ହେବ । ହେଲେ ତାଙ୍କୁ ମାତ୍ର ୯ଟ ଭୋଟ୍ ମିଳିବା ଯୁକ୍ତିହୀନ । କଂଗ୍ରେସ ନିର୍ବାଚନରେ ହେରଫେର୍ କରିବା ସହିତ ତାଙ୍କୁ ହରେଇଛି ବୋଲି ସେ କହିଛନ୍ତି ।