ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ : ବିକାଶକୁ ଅଣଦେଖା କରୁଛି ବିଜେଡି

26

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ । ରାଜ୍ୟର ବିଜେଡି ସରକାର ରାଜ୍ୟର ବିକାଶକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ଓଡିଶା ଗସ୍ତରେ ଆସିଥିବା ଦୁଇ କେନ୍ଦ୍ରମନ୍ତ୍ରୀ । ବ୍ରହ୍ମପୁରରେ ଆୟୋଜିତ ବିଜେପିର ବିକାଶ ଉତ୍ସବରେ ସାମିଲ ହୋଇ ଦୁଇ ମନ୍ତ୍ରୀ ପି. ଅଶୋକ ଗଜପତି ରାଜୁ ଓ ହଂସରାଜ ଗଂଗାରାମ ଆହିର ଏଭଳି ମନ୍ତବ୍ୟ ଦେଇଛନ୍ତି । ଅନେକ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନିଜ ଯୋଜନା କହି ଅପପ୍ରଚାର କରୁଥିବାର ଅଭିଯୋଗ ଆଣିଛନ୍ତି କେନ୍ଦ୍ରସାର ଓ ରସାୟନ ମନ୍ତ୍ରୀ ଆହିର । ଏହାସହ ଅବହେଳିତ ହୋଇ ପଡ଼ିଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପକୁ ପୂର୍ଣ୍ଣାଙ୍ଗ ବିମାନବନ୍ଦରରେ ପରିଣତ କରିବା, ଗଂଜାମ ଜିଲ୍ଲାର ବେକାରୀ ଓ ଦାଦନ ସମସ୍ୟା ଦୂର ପାଇଁ ସାର, ରସାୟନ କାରଖାନା ପ୍ରତିଷ୍ଠା ପାଇଁ ବୁଦ୍ଧିଜୀବୀମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏୟାରଷ୍ଟ୍ରିପ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଦିଆଯାଇନଥିବା ମନ୍ତ୍ରୀ ପ୍ରକାଶ କରିଥିଲେ । ରାଜ୍ୟସରକାର ପ୍ରସ୍ତାବ ଦେବାମାତ୍ରେ ଏନେଇ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।