ଚର୍ଚ୍ଚାରେ କୋରାପୁଟର କନକଲତା । ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ୬୫ ବର୍ଷିୟା ବୃଦ୍ଧା

115

କନକ ବ୍ୟୁରୋ: ଚାଲିଛି ନାମାଙ୍କନ ପ୍ରକ୍ରିୟା । ସବୁଠି ପ୍ରାଥୀଙ୍କ ଭିଡ଼ । କିଏ ନିଜ ଦଳ ସହ ଆସିଛି ତ କିଏ ନିଜର କର୍ମୀଙ୍କ ସହ ।  ସବୁଠି ଯୁବପିଢିଙ୍କ ଗହଳି ଆଉ ଏସବୁ ଭିତରେ ଏମିତି ଜଣେ ବୃଦ୍ଧା ମହିଳା ରହିଛନ୍ତି ଯିଏ ଏକୁଟିଆ ନିଜର ପରିଚୟ ପତ୍ର ନେଇ ଭରୁଛନ୍ତି ନାମାଙ୍କନ । ନା ସାଥିରେ କିଏ ଅଛି ନା ସହଯୋଗ କିଏ କରୁଛନ୍ତି ।

୬୫ ବର୍ଷିୟ କନକଲତା ପେଣ୍ଠିଆ । ଏହି ବୃଦ୍ଧା ଜଣଙ୍କ ହେଉଛନ୍ତି, ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ । ୩୦ ବର୍ଷର ରାଜନୈତିକ ଜୀବନ । ପଞ୍ଚାୟତି ରାଜ ବ୍ୟବସ୍ଥା ଆରମ୍ଭ ଠାରୁ ନିର୍ବାଚନ ଲଢି ଆସୁଛନ୍ତି କନକଲତା । ଏବେ ସେ କୋରାପୁଟ ଜିଲ୍ଳା କୁନ୍ଦ୍ରା ବ୍ଳକର ୧ ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ୧୯୯୨ରେ ସମିତି ସଭ୍ୟା, ୧୯୯୭ରେ ସରପଞ୍ଚ, ୨୦୦୦ରେ ବ୍ଳକ ଅଧ୍ୟକ୍ଷା, ୨୦୦୭ ସମିତି ସଭ୍ୟା ରହି ସାରିଛନ୍ତି । ୨୦୨୨ରେ ଜିଲ୍ଳା ପରିଷଦ ପ୍ରାର୍ଥୀ ହୋଇଥିବା ଏହି ବୃଦ୍ଧା ଏଥର ବି ବିଜୟୀ ହୋଇ ଜନସେବା କରିବାକୁ ଆଶା ରଖିଛନ୍ତି ।

ଅନ୍ୟପଟେ ଆଉ ଏକ ଘଟଣା କ୍ରମେ – ଏହି ନିର୍ବାଚନୀ ମାହୋଲ ଭିତରେ ଅନେକ ଆଶାୟୀ ପ୍ରାର୍ଥୀ ପତ୍ର ଦାଖଲ କରି ପାରୁନାହାନ୍ତି । ଭୋଟର ତାଲିକାରେ ତୃଟି ଯୋଗୁଁ ଅସନ୍ତୋଷ ଦେଖିବାକୁ ମିଳୁଛିି । ଭୋଟ ପରିଚୟ ପତ୍ର ଅଛି, ଅନଲାଇନ୍ ଭୋଟର ଲିଷ୍ଟରେ ନାଁ ଅଛି, କିନ୍ତୁ ସରକାରୀ ଖାତାରେ ନାଁ ନଥିବାରୁ ପ୍ରାର୍ଥୀ ପତ୍ର ଦାଖଲ କରିପାରିଲେ ନାହିଁ ଆଶାୟୀ ପ୍ରମିଳା ପୂଜାରୀ । ତେବେ ପଞ୍ଚାୟତ ନିର୍ବାଚନରେ ଅନେକ ମହିଳା ମଇଦାନକୁ ଓହ୍ଲାଉଛନ୍ତି । ପାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଥିବାରୁ ପ୍ରାର୍ଥୀମାନେ ନାମାଙ୍କନ ଭରୁଛନ୍ତି ।