କେନ୍ଦ୍ରୀୟ ଅବହେଳା ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେଡ଼ି । ବିଜେପିର ଜବାବ ନାଟକ କରୁଛି ବିଜେଡ଼ି ।

ଓଡ଼ିଶାବାସୀଙ୍କ  ପ୍ରତି ବିଶ୍ୱାସଘାତ କରିଛି ବିଜେପି: ସଂଜୟ ଦାସବର୍ମା । ବିଜେଡ଼ିକୁ ହୋଇଛି ରେକର୍ଡିଂ ରୋଗ: ପୃଥ୍ୱୀରାଜ ହରିଚନ୍ଦନ

337

କନକ ବ୍ୟୁରୋ: କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ । କେନ୍ଦ୍ର ଉପରେ ବର୍ଷିଲା ବିଜେଡ଼ି । ଶିଳ୍ପ କରିଡ଼ରରେ ଓଡ଼ିଶାକୁ ସାମିଲ ନ କରିବା ର୍ଦୁଭାଗ୍ୟଜନକ  । ଖଣିଜ ସମ୍ପଦଭରା ଓଡ଼ିଶାକୁ ସମୃଦ୍ଧ କରିବାକୁ ଚାହୁଁଛୁ କିନ୍ତୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ  ଓଡ଼ିଶାକୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରି ନାହିଁ  । ଏପରିକି ରାଜ୍ୟର ଯୁବପୀଢ଼ୀଙ୍କ ପାଇଁ ୨ କୋଟି ନିଯୁକ୍ତି ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି କେବଳ ଇସ୍ତାହାରରେ ରଖିଛନ୍ତି ବିଜେପି ସରକାର ବୋଲି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ।

ସେହିପରି ରାଷ୍ଟ୍ରୀୟଉଦ୍ୟୋଗରେ ଓଡ଼ିଆଙ୍କୁ କେତେ ନିଯୁକ୍ତି ମିଳିଛି ବୋଲି ବିଜେପିକୁ ପ୍ରଶ୍ନ କରିଛି ବିଜେଡ଼ି । ତେବେ କେନ୍ଦ୍ର ସରକାରଙ୍କ ଜିଏସଟି ଲାଗୁ ଦ୍ୱାରା ଓଡ଼ିଶାର ଶିଳ୍ପ ସଂସ୍ଥା ଗୁଡ଼ିକ ପ୍ରଭାବିତ ହୋଇଛି । ଏଭଳକି କେନ୍ଦ୍ରୀୟ ପିଏସୟୁମାନେ ଓଡ଼ିଶାରୁ କୋଟି କୋଟି ଟଙ୍କା ଲାଭ ଆକାରରେ ନେଉଥିଲା ବେଳେ ଓଡ଼ିଶା ଯୁବଶକ୍ତିଙ୍କ ପ୍ରତି ଉଦାସୀନ ମନୋଭାବ ଦେଖାଉଛନ୍ତି । ତେଣୁ କେନ୍ଦ୍ରୀୟ ଅବହେଳା ନେଇ ବିଜେଡ଼ିର ଆନ୍ଦୋଳନ ଜାରି ରହିବ  । ସେଥିପାଇଁ ଆସନ୍ତା ୫, ୬ ଓ ୮ ତାରିଖରେ ଶାନ୍ତିପୂର୍ଣ୍ଣ ଭାବେ ବିଜେଡ଼ି ଯୁବ-ଛାତ୍ର ପକ୍ଷରୁ  ରାଜ୍ୟବ୍ୟାପୀ କେନ୍ଦ୍ରୀୟ ପିଏସୟୁ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ବିଜେଡ଼ିର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ।

ସେପଟେ ବିଜେପି ଏହାର କଡ଼ା ଜବାବ ରଖିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ବିଜେଡ଼ି ସରକାର ଓ ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଲୁଚାଇବା ପାଇଁ ଏଭଳି ନାଟକ କରୁଛନ୍ତି । ୨୦୧୪ ମସିହା ପରଠାରୁ କେନ୍ଦ୍ରୀୟ ଅବହେଳା କହୁଥିବା ବିଜେଡ଼ିର ଏହା ଏକ ରେକଡିଂ ରୋଗରେ ପରିଣତ ହେଲାଣି । ଯେଉଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି କରୁଛନ୍ତି ସେହି କାଟାଗୋରୀରେ ଓଡ଼ିଶା ଏପର୍ଯ୍ୟନ୍ତ ଆସି ନାହିଁ । ଏବଂ କେନ୍ଦ୍ର ଠାରୁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ପାଉଛନ୍ତି ରାଜ୍ୟ ସରକାର । ଏହା କେବଳ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେଡ଼ିର ଏକ ଡ୍ରାମା ବୋଲି କହିଛନ୍ତି ପୃଥୀରାଜ ।