ବିଜେପିର ତ୍ରିରଙ୍ଗା ଯାତ୍ରା : ଆଜି ବକ୍ସି ଜଗବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଜେପିର ତ୍ରିରଙ୍ଗା ଯାତ୍ରା : ଆଜି  ବକ୍ସି ଜଗବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି  ଜଣାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ : ବିଜେପିର ଆଜାଦି ୭୦ ଅଭିଯାନ ତଥା ତ୍ରିରଙ୍ଗା ଯାତ୍ରା ଉପଲକ୍ଷେ ଆଜି ପୁରୀ ଜିଲ୍ଲା ଗଙ୍ଗÿରୋଡଙ୍ଗରେ ବକ୍ସି ଜଗବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀ ବାଇପାସ ମଙ୍ଗଳାଘାଟ ଛଳରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ବ୍ରହ୍ମଗିରି ଅଭିମୁଖେ ଯାତ୍ରା କରିବେ।

ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିବା ପରେ ଜନସଭାକୁ ସମ୍ବୋଧିତ କରିବେ। ପରେ ସଂଗ୍ରାମୀଙ୍କ ବାସଭବନକୁ ଯାଇ ତାଙ୍କ ଦାୟଦ ମାନଙ୍କୁ ଭେଟି ଆଲୋଚନା କରିବେ। ବକ୍ସି ଜଗବନ୍ଧୁ ୧୮୧୭ ମସିହାରେ ପାଇକ ବିଦ୍ରୋହର ନେତୃତ୍ୱ ନେଇ ଇଂରେଜ ଶାସନ ବିରୋଧରେ ଲଢ଼େଇ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe