ମହାନଦୀ ପ୍ରସଙ୍ଗରେ ରାହୁଲଙ୍କ ନିରବତା ନେଇ ପ୍ରଶ୍ନ ଉଠାଇଲା ବିଜେଡି ! ସସ୍ମିତ ପାତ୍ର କହିଲେ, ବିଜେପି ରାସ୍ତାରେ ଯାଉଛି କଂଗ୍ରେସ ।

68

କନକ ବ୍ୟୁରୋ : ରାହୁଲ ଗାନ୍ଧିଙ୍କ ଓଡିଶା ଗସ୍ତ ପରେ କଂଗ୍ରେସକୁ ଟାର୍ଗେଟ କରିଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲିଥିଲେ ଭଲ ହୋଇଥାନ୍ତା । ପଶ୍ଚିମ ଓଡିଶାରେ ରାହୁଲ ଗାନ୍ଧି ନିରବ ରହିବା ଏହା ସୂଚାଉଛି ଯେ, ମହାନଦୀ ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ଶିଖେଇଥିବା ରାସ୍ତାରେ ଆଗକୁ ଯାଉଛି କଂଗ୍ରେସ ।

ତେବେ ଆଜି କଂଗ୍ରେସ ପକ୍ଷରୁ ଆୟୋଜନ କରାଯାଇଥିବା ସଭାରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସମେତ କଂଗ୍ରେସର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ମଧ୍ୟ ମହାନଦୀ ପ୍ରସଙ୍ଗ ନେଇ କେହି ମୁହଁ ଖୋଲିନଥିଲେ । ତେବେ ମହାନଦୀ ପ୍ରସଙ୍ଗରେ କେବଳ ବିଜେଡି ହିଁ ମୁହଁ ଖୋଲୁଛି ଏବଂ ଆଗାମୀ ଦିନରେ ଓଡିଶାର ଜନସାଧାରଣ ଏହାର ଜବାବ ଦେବେ ବୋଲି ସସ୍ମିତ ପାତ୍ର କହିଛନ୍ତି । ସେପଟେ ମେଂଟ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର । ସେ କହିଛନ୍ତି, ବିଜେଡି ମେଂଟ କରିଛି ଓଡିଶାର ଜନସାଧାରଣଙ୍କ ସହ, ଓଡିଶାର ବିକାଶ ସହ, ଏବଂ ବିଜେଡିର ମେଂଟ ଓଡିଶାକୁ ପ୍ରଗତିଶୀଳ କରିବାର ମେଂଟ ।