କନକ ବ୍ୟୁରୋ : ଅପରାଜିତାଙ୍କ ଆଗୁଆ ନିର୍ବାଚନ ବୟାନକୁ କାଉଣ୍ଟର କରିଛି ବିଜେଡି । ଦଳର ବିଧାୟକ ପର୍ଶୁରାମ ଧଡା କହିଛନ୍ତି, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସରକାର ଚାହିଁଲେ ଯେ କୌଣସି ସମୟରେ ସରକାର ଭାଙ୍ଗି ପାରିବେ । ଯଦି ବି ଆଗୁଆ ନିର୍ବାଚନ ହୁଏ ଏଥିରେ କିଛି ନୂଆ କଥା ନାହିଁ । ପୂର୍ବରୁ ବି ଅନେକ ଥର ଆଗୁଆ ନିର୍ବାଚନ ହୋଇଛି । କିନ୍ତୁ ଏଯାଏଁ ସରକାର କେଉଁଠି ଆଗୁଆ ନିର୍ବାଚନ ପାଇଁ କହି ନାହାନ୍ତି । ଅପରାଜିତା ଷଡ଼ଙ୍ଗୀ କେଉଁଠୁ ଏ କଥା ଜାଣିଲେ ସେ କଥା ସେ ଜାଣିଥିବେ । ଯଦି ବି ଆଗୁଆ ନିର୍ବାଚନ ହୁଏ ଏଥିରେ କିଛି ନୂଆ କଥା ନାହିଁ । ପୂର୍ବରୁ ବି ଅନେକ ଥର ଆଗୁଆ ନିର୍ବାଚନ ହୋଇଛି । ଅପରାଜିତା ଷଡ଼ଙ୍ଗୀଙ୍କର ରାଜନୈତିକ ଅଭିଜ୍ଞତା ନଥିବାରୁ ସେ ବୁଝି ପାରୁନାହାନ୍ତି । କେତେବେଳେ କଣ ହେବ କିନ୍ତୁ ବିଜେଡି ବର୍ତ୍ତମାନ ସୁଦ୍ଧା କେଉଁଠି କହି ନାହିଁ ଆଗୁଆ ନିର୍ବାଚନ କଥା ।
ସାମ୍ବିଧାନିକ ବ୍ୟବସ୍ଥାରେ ୫ ବର୍ଷ ପାଇଁ ସରକାରଙ୍କୁ ଲୋକ ମ୍ୟାଣ୍ଡେଟ ଦେଇଥାନ୍ତି କିନ୍ତୁ ସେହି ସାମ୍ବିଧାନିକ ବ୍ୟବସ୍ଥାରେ ବି ରହିଛି ଯେତେବେଳେ ସରକାର ଚାହିଁବେ ସେ କେନ୍ଦ୍ର ହେଉ କି ରାଜ୍ୟ ଯେ କୌଣସି ସମୟରେ ସରକାର ଭାଙ୍ଗି ପାରିବେ । ଏହାସହ ମେଣ୍ଟ ନେଇ ପର୍ଶୁରାମ କହିଛନ୍ତି, ଆମ ବାହୁବଳରେ ଆମେ ଲଢିବୁ । କାରଣ ବିଜେଡି ସହ ସାଢେ ୪ କୋଟି ଓଡ଼ିଆଙ୍କ ଆଶୀର୍ବାଦ ରହିଛି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଛି । ଗାଁର ଗରିବ ଲୋକ ପାଖରେ ପହଞ୍ଚୁଛି ସରକାର ।ଯାହାକୁ ଲୋକେ ବେଶ ପସନ୍ଦ କରୁଛନ୍ତି । ଏକାକୀ ଲଢିବାର ଯଥେଷ୍ଟ କ୍ଷମତା ବିଜେଡି ପାଖରେ ରହିଛି ବୋଲି କହିଛନ୍ତି ପର୍ଶୁରାମ ଧଡା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/25_00000-6.jpg)