ବିଜେପି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ : ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପଛର ସମ୍ଭାବ୍ୟ କାରଣ

279

କନକ ବ୍ୟୁରୋ : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଖୋଲା ସମର୍ଥନ କରିଛନ୍ତି ନବୀନ ପଟ୍ଟନାୟକ ।  ବିଧାନସଭାର ସବୁ ଦଳର ସଭ୍ୟ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ଏନଡିଏ ପ୍ରାର୍ଥୀଙ୍କୁ ନବୀନଙ୍କ ସମର୍ଥନ । ବିଜେପିି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ନୂଆ ନୁହେଁ ।

୨୦୧୭ରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲେ । ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ମିଳିନଥିଲା । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିଥିଲା । ସେହିପରି ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା । ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଅନୁରୋଧରେ ସମର୍ଥନ ନିଷ୍ପତ୍ତି ନେଇଥିଲେ ନବୀନ । ସଂସଦରେ ଅନେକ ଜାତୀୟ ପ୍ରସଙ୍ଗରେ ବିଜେପିକୁ ବିଜେଡି ସମର୍ଥନ ମିଳି ଆସିଛି ।

ଦ୍ରୌପଦୀଙ୍କୁ ସମର୍ଥନ ପଛର ସମ୍ଭାବ୍ୟ କାରଣ

– ପ୍ରଥମତଃ ଓଡିଶାର ଝିଅ ହୋଇଥିବାରୁ ସମର୍ଥନ ପାଇଁ ଆଗେଇ ଆସିଛନ୍ତି ନବୀନ
– ରାଜନୀତିରେ ମହିଳାଙ୍କୁ ଅଗ୍ରାଧିକାର ଦେଉଥିବାରୁ ଦ୍ରୌପଦୀଙ୍କୁ ସମର୍ଥନ କରୁଥାଇପାରନ୍ତି
– ଆଦିବାସୀ ଚେହେରା ଭାବରେ ଗ୍ରହଣୀୟତା ରହିଥିବାରୁ ସମର୍ଥନ କରିଛନ୍ତି ନବୀନ
– ପୂର୍ବରୁ ବିଜେଡି-ବିଜେପି ମେଂଟ ସରକାରରେ ନବୀନ ମନ୍ତ୍ରିମଣ୍ଡଳର ସହଯୋଗୀ ଥିଲେ
– ପୂର୍ବରୁ ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଆସୁଥିବାରୁ ଦ୍ରୌପଦୀଙ୍କୁ ସମର୍ଥନ ନୂଆ ନୁହେଁ
– ଜଣେ ନିର୍ବିବାଦୀୟ ନେତ୍ରୀ ଭାବରେ ସବୁ ରାଜ୍ୟ ଓ ଦଳମତ ନିର୍ବିଶେଷରେ ଗ୍ରହଣୀୟ
– ଝାଡଖଣ୍ଡରେ ରାଜ୍ୟପାଳ ଥିବାବେଳେ ପିପୁଲ୍ସ ଗଭର୍ଣ୍ଣର ଭାବରେ ଲୋକପ୍ରିୟତା ଥିଲା

ବିରୋଧୀଙ୍କୁ ଦ୍ୱନ୍ଦ୍ୱରେ ପକାଇଦେଲେ ଦ୍ରୌପଦୀ

– ଜଣେ ଆଦିବାସୀଙ୍କୁ ପ୍ରାର୍ଥୀ କରି ବିରୋଧୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ବିଜେପି
– ସମର୍ଥନ କରିବେ ନା ନାହିଁ ନିଷ୍ପତ୍ତି କରି ପାରୁନାହାନ୍ତି ଅନେକ ବିରୋଧୀ ଦଳ
– ୟୁପିଏରେ ସହଯୋଗୀ ରହିଛି ହେମନ୍ତ ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା
– ଝାଡଖଣ୍ଡରେ ରୁହନ୍ତି ୨୬ ପ୍ରତିଶତରୁ ଅଧିକ ଆଦିବାସୀ
– ପୂର୍ବରୁ ଝାଡ଼ଖଣ୍ଡରେ ରାଜ୍ୟପାଳ ଥିଲ ଦ୍ରୌପଦୀ ମୁର୍ମୁ
– ଜେଏମ୍ଏମ୍ ସରକାରଙ୍କ ସହ ବେଶ୍ ଭଲ ସଂପର୍କ ରହିଥିଲା
– ଏବେ ଦ୍ରୌପଦୀଙ୍କୁ ସମର୍ଥନ କରିବା ନେଇ ଦ୍ୱନ୍ଦ୍ୱରେ ହେମନ୍ତ ସୋରେନ୍
– ୟୁପିଏରେ ଥିବାରୁ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବେ କି?
– ପଛୁଆ ଜାତିଙ୍କୁ ନେଇ ରାଜନୀତି କରି ଆସୁଛନ୍ତି ଏସପି ଓ ବିଏସପି
– ଏବେ ଆଦିବାସୀ ଚେହେରା ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନେଇ ଦ୍ୱନ୍ଦ୍ୱ
– ଦ୍ରୌପଦୀଙ୍କୁ ସମର୍ଥନ ନକଲେ ମହିଳା ଓ ଆଦିବାସୀ ବିରୋଧୀ ବୋଲି ଚିତ୍ରଣ ହେବେ
– ଅନ୍ୟପଟେ ଏନଡିଏ ପ୍ରାର୍ଥୀଙ୍କୁ ଜିତାଇବା ସପକ୍ଷରେ ନାହାନ୍ତି ଏସପି ଓ ବିଏସପି
– ବିରୋଧୀ ଗୋଷ୍ଠୀରେ ଥିବା ଡିଏମକେ ଓ ଟିଆରଏସ୍ ମଧ୍ୟର ମଧ୍ୟ ସମାନ ଦ୍ୱନ୍ଦ୍ୱ

ସାରା ଦେଶରେ ମୋଟ୍ ଜନସଂଖ୍ୟାର ୮ ଦଶମିକ ୬ ପ୍ରତିଶତ ହେଉଛନ୍ତି ଆଦିବାସୀ । ବିଶେଷ କରି ୧୪ଟି ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା ଅଧିକ । ରାଜସ୍ଥାନରେ ୧୩.୫ପ୍ରତିଶତ, ଗୁଜରାଟ-୧୪.୮ପ୍ରତିଶତ, ଓଡିଶା- ୨୨.୪ ପ୍ରତିଶତ, ଛତିଶଗଡ- ୩୦.୬ ପ୍ରତିଶତ ଓ ଝାଡଖଣ୍ଡରେ ଆଦିବାସୀଙ୍କ ସଂଖ୍ୟା ୨୬.୨ ପ୍ରତିଶତ ରହିଛି ।