ରାଜ୍ୟସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ୩ ବିଜେଡି ପ୍ରାର୍ଥୀ ! ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କଲେ ସୌମ୍ୟରଞ୍ଜନ ଓ ପ୍ରଶାନ୍ତ

34

କନକ ବ୍ୟୁରୋ : ରାଜ୍ୟସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ବିଜେଡିର ୩ ପ୍ରାର୍ଥୀ । ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ୩ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିଲା । ନାମାଙ୍କନ ପ୍ରତ୍ୟାହାରର ଅବଧି ଶେଷ ହେବା ପରେ ୩ ବିଜେଡି ପ୍ରାର୍ଥୀ ବିଜୟୀ ଘୋଷଣା କରାଯାଇଛି । ପରେ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁୁ ନବନିର୍ବାଚିତ ୨ ରାଜ୍ୟସଭା ପ୍ରାର୍ଥୀ ସୋମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ସାର୍ଟିଫିକେଟ ଗ୍ରହଣ କରିଛନ୍ତି । ତେବେ ଅନୁପସ୍ଥିତ ଥିବାରୁ ସାର୍ଟିଫିକେଟ ନେଇ ପାରିନାହାନ୍ତି ଅଚ୍ୟୁତ ସାମନ୍ତ ।

download

ବିଜେଡିର ବିଧାନସଭା ସଦସ୍ୟଙ୍କ ସଂଖ୍ୟା ଦୃଷ୍ଟିରୁ ଏହି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଜିତିବା ଏକପ୍ରକାର ନିଶ୍ଚିତ ହୋଇସାରିଥିଲା । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜ୍ୟର ପ୍ରମୁଖ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇବି । ସେହିଭଳି ଚଷା, ଭାଷା ଓ ନିଶା ପାଇଁ ମୋର କାମ ଜାରି ରହିବ ବୋଲି ସେ କହିଛନ୍ତି । ଚିଟଫଣ୍ଡ ଓ ଭାଷାକୁ ନେଇ ରାଜ୍ୟ ସରକାର ପଦକ୍ଷେପ ନେଲେଣି । ଆଗକୁ ଅନ୍ୟ ପ୍ରସଙ୍ଗର ମଧ୍ୟ ସମାଧାନ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।ସେହିଭଳି ପ୍ରଶାନ୍ତ ନନ୍ଦ କହିଛନ୍ତି, ଦଳର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବ । ଦଳର ଯାହା ବି ପ୍ରଶ୍ନ ଥିବ ତାହା ରାଜ୍ୟସଭାରେ ଉଠାଇବି ।