କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ । ପ୍ରହଲାଦ ଜୋସୀଙ୍କୁ ଭେଟି ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟେଇବା ପାଇଁ କଲେ ଦାବି 

73

କନକ ବ୍ୟୁରୋ : କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ । ପ୍ରହଲାଦ ଜୋସୀଙ୍କୁ ଭେଟି ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟେଇବା ପାଇଁ କଲେ ଦାବି 

ଶ୍ରୀମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ହେବା ପରେ ଏକ୍ରାମ କ୍ଷେତ୍ରର ବିକାଶରେ ବାଧା ହଟାଇବାକୁ ଦିଲ୍ଲୀରେ ଦାବି । ଭୁବନେଶ୍ୱରର ଅନନ୍ତବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଅଂଚଳରୁ ପ୍ରସ୍ତାବିତ ବାଇ-ଲ ହଟେଇବା ପାଇଁ ଦାବି ଯୋରଦାର ହୋଇଛି । ଭୁବନେଶ୍ୱରରେ ଓଡିଶା ମନ୍ଦିର ସେବାୟତ ସଂଘର ପ୍ରତିବାଦ ଜାରି ରହିଥିବା ବେଳେ ଆଜି ଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ । ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ଜୋସୀଙ୍କୁ ଭେଟି ଏକ୍ରାମ କ୍ଷେତ୍ରର ପାଇଁ ପ୍ରସ୍ତାବିତ ବାଇ-ଲ ହଟେଇବାକୁ ଦାବି କରିଛନ୍ତି ବିଜୁ ଜନତା ଦଳର ସାଂସଦମାନେ । ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସାଂସଦମାନେ ଦାବି କରିଛନ୍ତି ।