ସାଂସଦଙ୍କୁ ନବୀନଙ୍କ ଟିପ୍ସ : ବଜେଟ ଅଧିବେଶନ ରଣନୀତି ନେଇ ବିଜେଡି ସଂସଦୀୟ ଦଳ ବୈଠକରେ ଆଲୋଚନା

22

କନକ ବ୍ୟୁରୋ : ସାଂସଦଙ୍କୁ ନବୀନଙ୍କ ଟିପ୍ସ । ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ବସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ମାର୍ଚ୍ଚ ୫ରୁ ଏପ୍ରିଲ ୬ରୁ ପର୍ଯ୍ୟନ୍ତ ସଂସଦୀୟ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହି ବୈଠକରେ ଏନେଇ ରଣନୀତି ପ୍ରସ୍ତୁତ ହୋଇଛି । ଏମଏସପି, ରେଳ ଅନୁଦାନ, କୋଇଲା ରାଜସ୍ୱ ଆଦାୟ ଓ ମରୁଡି ପ୍ରସଙ୍ଗକୁ ନେଇ ଏହି ବୈଠକରେ ଆଲୋଚନା ହୋଇଛି । ମହାନଦୀ ଓ ପୋଲାଭରମ ପ୍ରସଙ୍ଗ ଉପସ୍ଥାପନ ହେବ ବୋଲି ସଂସଦୀୟ ଦଳ ମୁଖପାତ୍ର କଳିକେଶ ସିଂହଦେଓ କହିଛନ୍ତି । ଏହା ସହ ଏମଏସପି ବୃଦ୍ଧି, ଷ୍ଟାଣ୍ଡିଂ କମିଟି ପରିବର୍ତନ ପ୍ରସଙ୍ଗ ମଧ୍ୟ ଉଠାଯିବ ବୋଲି କଳିକେଶ କହିଛନ୍ତି ।