ପିପିଲିରେ ନିର୍ବାଚନୀ ହିଂସା ଘଟଣା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡ଼ିର ୫ ଜଣିଆ ଟିମ୍ । 

133

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ଭୋଟକୁ ଆଉ ମାତ୍ର ଦିନ କେଇଟା ବାକି । ହେଲେ ଏହି ସମୟରେ ପିପିଲିରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଗତକାଲି ପିପିଲିରେ ବିଜେଡ଼ି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ ।  ଯେଉଁଥିରେ ବିଜେପି କର୍ମୀମାନେ  ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିବା ନେଇ ଶାସକ ଦଳ ଅଭିଯୋଗ କରିଥିଲା । ଏହି ଏହି ଘଟଣାକୁ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଜୁ ଜନତା ଦଳର ୫ ଜଣିଆ ଟିମ୍ ଆଜି ସିଇଓଙ୍କୁ ଭେଟିଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେପି ଏବେ ରକ୍ତମୁଖା ହୋଇଯାଇଛି । ଗତକାଲି ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ଯେଉଁଥିରେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଏବେ ଡେଲାଙ୍ଗ ହସ୍ପିଟାଲ ଏବଂ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । କିଛି ମହିଳା କର୍ମୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି ବୋଲି ସସ୍ମିତ ପାତ୍ର ସୂଚନା ଦେଇଛନ୍ତି ।

ଅନ୍ୟପଟେ ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ଅସଦାଚରଣ କରିଛନ୍ତି । ଖାଲି ସେତିକି ନୁହେଁ ରାଜ୍ୟର ଜଣେ ମନ୍ତ୍ରୀ ଓ ତାଙ୍କ  ଗାଡିକୁ ମଧ୍ୟ ଆକ୍ରମଣ କରାଯାଇଛି । ୟୁପି ଓ ବିହାର ଭଳି ବିଜେପି ହିଂସା ଆଚରଣ କରୁଛଇ । ନିର୍ବାଚନ ହାରିବା ଭୟରେ ବିଜେପି ଏମିତି କରୁଛି ବୋଲି ସସ୍ମିତ ପାତ୍ର କହିଛନ୍ତି ।