କନକ ବ୍ୟୁରୋ : ନିୟମ ମାନିଲେନି ନେତା । ଥଣ୍ଡା, ଜ୍ୱର ସତ୍ୱେ ବିଧାୟକ କଲେ ବୈଠକ । ପୋଲସରା ଚିରିକିପଡା ଶାସନ ଛକରେ ବୁଧବାର ଆୟୋଜିତ ହୋଇଥିଲା ଏହି ବୈଠକ । ବୈଠକରେ ସାମିଲ ହୋଇଥିବା ବିଧାୟକ ଓ କର୍ମୀ ସରକାରଙ୍କ ଗାଇଡଲାଇନକୁ ଖୋଲାଖୋଲି ଉଲଂଘନ କରିଛନ୍ତି । ସବୁଠାରୁ ବଡ କଥା ହେଉଛି, ବିଧାୟକ ନିଜେ କହୁଛନ୍ତି, ତାଙ୍କୁ ଦୁଇ ଦିନ ହେଲା ଜ୍ୱର ହେଉଛି । ଥଣ୍ଡା ଧରିଛି, କାଶ ହେଉଛି । ବୈଠକରେ ଶହ ଶହ ଲୋକଙ୍କ ପାଖକୁ ଯାଉଥିବାରୁ କୋଭିଡ୍ ଟେଷ୍ଟ ମଧ୍ୟ କରିଛନ୍ତି । ହେଲେ କୋଭିଡ ରିପୋର୍ଟ ଆସିନାହିଁ ।
କୁଜଙ୍ଗରେ ଆୟୋଜିତ ହୋଇଥିବା ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ବୈଠକରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ବୈଠକରେ ସ୍ଥାନୀୟ ବିଧାୟକ, ସାଂସଦ ଓ ମନ୍ତ୍ରୀ ସାମିଲ ହୋଇଛନ୍ତି । ଗୋଟିଏ ମଣ୍ଡପରେ ଏକାଠି ହୋଇଛନ୍ତି ଶହ ଶହ ସଂଖ୍ୟାରେ ଲୋକ । ହେଲେ କେହି ବି କଟକଣାକୁ ମାନୁନାହାଁନ୍ତି ।
ନିର୍ବାଚନ କମିଶନରେ ବିଜେପି ଫେରାଦ । ନେତାଙ୍କ ବିରୋଧରେ ଥାନାରେ ଅଭିଯୋଗ । ବିଜେଡି ନେତା ନିୟମ ମାନୁନଥିବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିଛି ରାଜ୍ୟ ବିଜେପି । ସେପଟେ ପୋଲସରାର ବିଧାୟକଙ୍କ ବିରୋଧରେ ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ବ୍ଲକ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ଜନତା ପାଇଁ ନିୟମ ଓ ନେତାଙ୍କ ପାଇଁ ନିୟମ କଣ ଅଲଗା ଅଲଗା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/23-12.jpg)