କନକ ବ୍ୟୁରୋ : ପୁରପଲ୍ଲୀରେ ଆମେ ସଂଗଠିତ, ଶୃଙ୍ଖଳିତ ଦଳ । ଦଳ ସବୁ ପରିସ୍ଥିତିରେ ଆତ୍ମ ବିଶ୍ୱାସର ସହ ସମ୍ମୁଖୀନ ହୁଏ । ଅତୀତରେ ଅନେକ ଉପନିର୍ବାଚନ ହୋଇଛି ୯୦ ଭାଗ ଜାଗାରେ ବିଜେଡିର ଐତିହାସିକ ବିଜୟ ହୋଇଛି । ୩ ମାସ ପୂର୍ବରୁ ପଦ୍ମପୁର ଉପନିର୍ବାଚନ ହେଲା ବିପୁଳ ଭୋଟରେ ବିଜେଡି ବିଜୟ ହେଲା । ସେହିପରି ଏବେ ଝାରସୁଗୁଡା ଉପନିର୍ବାଚନ ତାରିଖ ଘୋଷଣା ହୋଇସାରିଛି ।  ଦଳ ସଭାପତି ପାର୍ଥୀ ଘୋଷଣା କରିସାରିଛନ୍ତି । ବିଶ୍ୱାସ ଝାରସୁଗୁଡାରେ ବିଜେଡି କୁ ଐତିହାସିକ ସଫଳତା ମିଳିବ ।

Advertisment

ସବୁ ରେକର୍ଡ ଭାଙ୍ଗି ବିଜେଡି ପାର୍ଥୀ ଝାରସୁଗୁଡାରେ ବିଜୟୀ ଲାଭ କରିବେ । ଦଳ ସଭାପତିଙ୍କ ନିର୍ଦ୍ଦେଶରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରନ୍ତି । ଝାରସୁଗୁଡାରେ ଦଳ ଯାହାକୁ ଯେଉଁ ଦାୟିତ୍ୱ ଦେବ ସମସ୍ତେ ନିର୍ବାହ କରିବେ । ବିରୋଧୀ ଦଳ ଅନେକ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବେ କିନ୍ତୁ ଆମ ପ୍ରସଙ୍ଗ ହେଉଛି ଜନ ସାଧାରଣ ଙ୍କ ବିକାଶ ।  ବିଜେଡିର ମୁଖ୍ୟ ପ୍ରସଙ୍ଗ ହେଉଛି ବିକାଶ ।  ଖାଲି ସେତିକି ନୁହେଁ ଝାରସୁଗୁଡାରେ ବିକାଶର ପ୍ରକ୍ରିୟା ଚାଲିଛି ସେ ବିକାଶର ପ୍ରକ୍ରିୟାକୁ ଆଗକୁ ନେବା ପାଇଁ କାର୍ଯ୍ୟ କରାଯିବ ବୋଲି କହିଲେ  ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ।