କନକ ବ୍ୟୁରୋ : ଓଡିଶା ବାସୀଙ୍କୁ ଅପମାନ କରିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ଏପ୍ରିଲ ପହିଲା ଦିନ ସାରା ଓଡିଶା ଉତ୍ସାହ ଓ ଉଦ୍ଦୀପନାର ସହ ଓଡିଶା ଦିବସ ପାଳନ କରୁଥିବା ବେଳେ ଏଭଳି ଏକ ପବିତ୍ର ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋରେଳ ପ୍ରକଳ୍ପ ଘୋଷଣାକୁ ଏପ୍ରିଲ ଫୁଲ ବୋଲି କହି ଉପହାସ କରି ଜୟନାରାୟଣ ମିଶ୍ର ତାଙ୍କ ଓଡିଶା ବିରୋଧୀ ମାନସିକତାକୁ ଦର୍ଶାଇବା ସହିତ ଓଡିଶାବାସୀଙ୍କୁ ଅପମାନିତ କରିଥିବା କଥା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

Advertisment

ଏକ ସାମ୍ବାଦିକ ସମ୍ମିଳନୀ କରି ଲେନିନ୍ ମହାନ୍ତି କହିଛନ୍ତି କି, ଓଡିଶା ବିଜେପିର ନେତାମାନେ ଓଡିଶାବାସୀଙ୍କୁ ଅପମାନିତ କରିବା ଏହା ନୂଆ ନୁହେଁ । ପୂର୍ବରୁ ମଧ୍ୟ ସେମାନେ ଶାନ୍ତିପ୍ରିୟ ଓଡିଶାବାସୀଙ୍କୁ ଅରାଜକ ବୋଲି କହିଥିଲେ ଏବଂ ଓଡିଶାକୁ ଜାତୀୟ ସ୍ତରରେ ଅପମାନିତ କରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଲେନିନ୍ ମହାନ୍ତି ।

ଏପ୍ରିଲ ପହିଲା ଓଡିଶା ଦିବସକୁ ଏପ୍ରିଲ ଫୁଲ ବୋଲି ଅବିହିତ କରିବା ବିରୋଧୀଦଳ ନେତାଙ୍କ ଓଡିଶା ପ୍ରତି ଅପମାନଜନକ ମନୋଭାବର ଅନ୍ୟ ଏକ ଉଦାହରଣ । କିଛିଦିନ ହେଲା ମାନସିକ ଭାରସାମ୍ୟ ହରାଇଥିବାରୁ ଜୟନାରାୟଣ ମିଶ୍ର ଏଭଳି ବାଉଳିଚାଉଳି ହେଉଛନ୍ତି । ଓଡିଶା ବିଜେପି ତୁରନ୍ତ ତାଙ୍କର ମାନସିକ ଚିକିତ୍ସା କରାଉ । ନହେଲେ ସେ ଏଭଳି ଆତ୍ମଘାତୀ ବୟାନ ନେଇ ବିଜେପିକୁ ଓଡିଶାରୁ ସଫା କରିଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।