ଆଜି ବିଜେଡିର ପ୍ରତିଷ୍ଠା ଦିବସ : ୨୪ ତମ ପ୍ରତିଷ୍ଠା ଦିବସ ପାଳୁଛି ବିଜେଡି , ଦିନ ସାଢେ ୧୦ଟାରେ ଦଳୀୟ କାର୍ଯ୍ୟାଳୟରେ ହେବ ସାଧାରଣ ସଭା

248

ଆଜି ବିଜୁ ଜନତା ଦଳ ପାଳୁଛି ୨୪ ତମ ପ୍ରତିଷ୍ଠା ଦିବସ । କୋଭିଡ କଟକଣା ଭିତରେ ଦଳ ତାର ପ୍ରତିଷ୍ଠା ଦିବସ ପାଳନ କରୁଛି । ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ  । ସେହିପରି ୟୁନିଟ-୬ ରେ ଥିବା ଦଳୀୟ କାର୍ଯ୍ୟାଳୟରେ ଦିନ ସାଢେ ୧୦ ଟାରେ ଏକ ସାଧାରଣ ସଭାର । ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ସାମିଲ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ଯୁବ ଓ ରାଜ୍ୟ କାର୍ଯ୍ୟକାରିଣୀରେ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ବିଜେପିକୁ ଜୋରଦାର ଟାର୍ଗେଟ କରିଥିଲେ ନବୀନ । ତେଣୁ ଦଳର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ନେତା ଓ କର୍ମୀଙ୍କୁ କଣ ଆହ୍ୱାନ ଦେବେ ତା ଉପରେ ନଜର ରହିଛି । 

୧୯୯୭ ମସିହା ଆଜିର ଦିନରେ ରାଜ୍ୟ ରାଜନୀତିରେ ଏକ ଆଂଚଳିକ ଦଳ ଭାବେ ବିଜୁ ଜନତା ଦଳର ଅଭ୍ୟୁଦୟ ହୋଇଥିଲା । ଯାହା ନିର୍ବାଚନୀ ରାଜନୀତିରେ ତାର ଜୟଯାତ୍ରା ଜାରି ରଖିଛି । ବିଜୁ ବାବୁଙ୍କ ନାମରେ ଗଢାଯାଇଥିବା ଏହି ଆଂଚଳିକ ରାଜନୈତିକ ଦଳ କ୍ରମାଗତ ଭାବେ ତାର ଜନାଧାର ମଧ୍ୟ ବଢାଇ ଚାଲିଛି । ରାଜ୍ୟ ରାଜନୀତିରେ କୌଣସି ଆଂଚଳିକ ଦଳ ଏଭଳି ସଫଳତା ହାସଲ କରିପାରିନାହାନ୍ତି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ପୁଞ୍ଜି କରି ଦଳ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହୋଇଛି । ଫଳରେ ବିଜେଡିର ପ୍ରଭାବ ଆଗରେ ଫିକା ପଡିଛି ଜାତୀୟ ଦଳଗୁଡିକ ଗ୍ରହଣୀୟତା । ୧୯୯୭ ପୂର୍ବରୁ ଅନେକ ଆଂଚଳିକ ଦଳ ଗଠନ ହୋଇଛି । ଏପରିକି ବିଜୁ ବାବୁ ମଧ୍ୟ ଆଚଂଳିକ ଦଳ ଗଢି ଏତେଟା ସଫଳତା ପାଇପାରିନଥିଲେ । କିନ୍ତୁ ୧୯୯୯ ମହାବାତ୍ୟା ପରବର୍ତୀ ଓଡିଶାରେ ଯେଉଁ ରାଜନୈତିକ ନେତୃତ୍ୱର ସଂକଟ ଦେଖାଦେଇଥିଲା, ତାକୁ କେବଳ ପୂରଣ କରିନାହାନ୍ତି ବରଂ ନିଜ ରେକର୍ଡ ନିଜେ ଭାଙ୍ଗିବାର ଗୌରବ ହାସଲ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।