ପିପିଲି ଉପ ନିର୍ବାଚନ ପାଇଁ ଭିନ୍ନ ଢ଼ଙ୍ଗରେ ପ୍ରଚାର ଆରମ୍ଭ କଲା ବିଜେଡି । ଆରମ୍ଭ ହେଲା ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ।

275

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ଭିନ୍ନ ଢ଼ଙ୍ଗରେ ପ୍ରଚାର ଆରମ୍ଭ କରିବ ବିଜେଡି । ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରିବ ଦଳ । ପ୍ରତି ଘରକୁ ଯାଇ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଦଳୀୟ ନେତା କହିବା ସହ ଲୋକଙ୍କୁ ବୁଝାଇବେ ଏବଂ ପ୍ରତି ଘର ଆଗରେ ଶଙ୍ଖ ଚିହ୍ନ ଷ୍ଟିକର ଲଗାଇବେ । ଏହା ସହ କୋଭିଡ ସଚେତନତା ବି ସୃଷ୍ଟି କରିବ ଦଳ । କୋଭିଡ ଗାଇଡ଼ଲାଇନ ମାନି କିଛି ଏଭଳି ଢ଼ଙ୍ଗରେ ବିଜେଡି ପ୍ରଚାର କରିବ । ପିପିଲି ଉପନିର୍ବାଚନ ନେଇ ପର୍ଯ୍ୟବେକ୍ଷକଙ୍କ ବାସଭବନରେ ଅନୁଷ୍ଠିତ ଗରୁତ୍ୱପୁର୍ଣ୍ଣ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଂଜନ ଦାସ ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ପିିିପିଲି ଉପ ନିର୍ବାଚନ ହେବାକୁ ଯାଉଛି । ଯେଉଁଥିରେ ବିଜେଡି ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ କରିଛି । ବିଜେପି ମଧ୍ୟ ନିଜ ପୁରୁଣା ଯୋଦ୍ଧା ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ନୂଆକରି ନିଜର ପ୍ରାର୍ଥୀ ବିଶ୍ୱକେଶନଙ୍କୁ ଛିଡା କରିଛି । ଫଳରେ ନିର୍ବାଚନ ବେଶ ଟକ୍କରପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।