ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା! ଆଜି ହାଇକୋର୍ଟରେ ହୋଇପାରେ ଶୁଣାଣି

34

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ଅଭିଯୋଗ ମାମଲାର ଶୁଣାଣି ଆଜି ହାଇକୋର୍ଟରେ ହୋଇପାରେ । ଏ ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ରଙ୍କ ଆବେଦନର ଶୁଣାଣି କରିପାରନ୍ତି କୋର୍ଟ । ଏ ନେଇ ଦୁଇଟି ମାମଲା ହାଇକୋର୍ଟରେ ରୁଜୁ ହୋଇଛି । ଗତ ୩୧ ତାରିଖରେ ହାଇକୋର୍ଟ ଏହାର ଶୁଣାଣି କରି ଦେବାନନ୍ଦ ମହାପାତ୍ରଙ୍କ ଆବେଦନର ଶୁଣାଣିକୁ ଆଜି କରିବାକୁ ସ୍ଥିର କରିଥିଲେ ।

ସେହିଭଳି ସୂଚନା ଅଧିକାରୀ କର୍ମୀ ସୁବାସ ମହାପାତ୍ରଙ୍କ ଶୁଣାଣି ସେପ୍ଟେମ୍ବର ୬ ତାରିଖରେ କରିବାକୁ ସ୍ଥିର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗ ମାମଲାରେ ଜୁଲାଇ ୧୮ ତାରିଖରେ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଥିଲେ । ଗତ ୨୪ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀ ଏକ ମିସକେସ ଦାଏର କରିଥିଲେ । ଏଥିରେ ସେ ନୋଟିସକୁ ପ୍ରତ୍ୟାହାର କରିବାକୁ ହାଇକୋର୍ଟଙ୍କ ନିକଟରେ ନିବେଦନ କରିଥିଲେ ।