ଶାହାଙ୍କ ଆକ୍ଷେପ ବିଜେଡିର ଜବାବ୍ ! ସବୁ କ୍ଷେତ୍ରରେ ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛି କେନ୍ଦ୍ର, କୁଆଡ଼େ ଗଲା ଦେଢ଼ ଗୁଣା ଏମଏସପି ?

131

କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ବିଜେଡିର କଡ଼ା ଜବାବ । ମନୋବଳ ଦୁର୍ବଳଥିବା ରାଜ୍ୟ ବିଜେପି କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ବୟାନ ଦେଇଛନ୍ତି ଅମିତ୍ ଶାହା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର । ରାଜ୍ୟବାସୀ ଭାବିଥିଲେ ଅମିତ୍ ଶାହାଙ୍କ ସମ୍ବୋଧନରୁ ଓଡ଼ିଶାର କୃଷକଙ୍କ ପାଇଁ ଦୀର୍ଘଦିନର ଦାବି ଏମଏସପି ବୃଦ୍ଧି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏସସି-ଏସଟି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପ୍ରସଙ୍ଗ ଉପରେ ମୁହଁ ନ ଖୋଲି ରାଜ୍ୟ ସରକାରଙ୍କ ଉପରେ ଅନେକ ମିଥ୍ୟା ଆରୋପ ଲଗାଇଛନ୍ତି ଶାହା ।

୨୦୧୪ କେନ୍ଦ୍ରରେ କ୍ଷମତାକୁ ଆସିବା ପୂର୍ବରୁ ଓଡ଼ିଶା ପାଇଁ ବିକାଶର ହାତ ବଢ଼େଇବୁ ବୋଲି କହି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ବିଜେପି । କିନ୍ତୁ ସେଗୁଡ଼ିକୁ ଏଯାବତ୍ ପୂରଣ କରିପାରିଲାନି କେନ୍ଦ୍ର । ବରଂ ବିଭିନ୍ନ କ୍ଷେତ୍ରରେ ବିଜେଡି ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କୁ ରାଜ୍ୟର ବିକାଶ ଯୋଜନା ପାଇଁ ପୁରସ୍କାର ପରେ ପୁରସ୍କାର ବର୍ଷା କରୁଛନ୍ତି ।

ସେହିଭଳି ଦୀର୍ଘ ୫ ବର୍ଷ ହେବ କେନ୍ଦ୍ରରେଥିବା ବିଜେପି ସରକାର ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହିତ ଛଳନା ଓ ପ୍ରତାରଣା କରିଛନ୍ତି । ସେ ମହାନଦୀ ଜଳ ବିବାଦ ହେଉ କିମ୍ବା ପୋଲାଭର, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଆଉ ଏମଏସପିର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ପ୍ରତାରିତ କରିଛି କେନ୍ଦ୍ର । ସେପଟେ କଂଗ୍ରେସ କହୁଛି ବିଜେଡି-ବିଜେପି ଭିତିରି ବୁଝାମଣା, ଅନ୍ୟପଟେ ବିଜେପି କହୁଛି ବିଜେଡି କଂଗ୍ରେସ ମଧ୍ୟରେ ରହିଛି ସୁ-ସମ୍ପର୍କ । କିନ୍ତୁ ବିଜେଡି କେବଳ ରାଜ୍ୟବାସୀଙ୍କ ସହ ମେଣ୍ଟ ଆଉ ସୁ-ସମ୍ପର୍କ ରହିଛି ବୋଲି କହିଛି ବିଜେଡ଼ି ।

୯ଲକ୍ଷ ଯୁବକ ଯୁବତୀଙ୍କୁ କୁଶଳୀ କରିବା ଏବଂ ୨୫ ପ୍ରତିଶତ ଦାରିଦ୍ର୍ୟ ଦୂର କରିବାରେ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ପ୍ରଂଶସା କରୁଛନ୍ତି । ଅନ୍ୟପଟେ ବିଭିନ୍ନ ଯୋଜନାରେ ରାଜ୍ୟକୁ ସମାଲୋଚନା କରୁଛନ୍ତି ବିଜେପିର ବରିଷ୍ଠ ନେତା । ତେବେ ଏହାକୁ ରାଜ୍ୟବାସୀ ହିଁ ବିଚାର କରିବେ ବୋଲି ବିଜେଡି କହିଛି ।