ଝାରସୁଗୁଡ଼ା ଉପନିର୍ବାଚନ : ଶିକ୍ଷା, ସମ୍ପତ୍ତିରେ ଦୀପାଳି ଆଗୁଆ; ତାଙ୍କ ପାଖରେ କ’ଣ ସବୁ ରହିଛି ?

4,708

କନକ ବ୍ୟୁରୋ :ଝାରସୁଗୁଡ଼ା ଉପନିର୍ବାଚନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ତେବେ ଅନଲାଇନରେ ଏହି ୩ ପ୍ରାର୍ଥୀଙ୍କ ସତ୍ୟପାଠ ଅପ୍‌ଲୋଡ୍‌ ହେବାପରେ ପ୍ରାର୍ଥୀଙ୍କ ବିଷୟରେ ଜାଣିବାକୁ ଜନତା ବେଶ୍‌ ଆଗ୍ରହୀ ଥିବା ଦେଖିବାକୁ ମିଳିଛି ।

ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଅନ୍ୟ ୨ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କଠାରୁ ଶିକ୍ଷା, ସମ୍ପତ୍ତିରେ ଆଗୁଆ ରହିଛନ୍ତି । ଦୀପାଳିଙ୍କ ଶିକ୍ଷାଗତ ଯୋଗ୍ୟତା ଏମ୍‌ବିଏ ହୋଇଥିବା ବେଳେ ଟଙ୍କଧରଙ୍କର ବିଏ, ଏଲଏଲ୍‌ବି ରହିଛି । ତରୁଣ ବିଇ ପାଠ୍ୟକ୍ରମ ଅଧାରୁ ଛାଡ଼ିଥିବା ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି। ତିନି ପ୍ରାର୍ଥୀଙ୍କ ସମ୍ପତ୍ତି ଦେଖିଲେ ଦୀପାଳି ଅନ୍ୟ ୨ ଜଣଙ୍କଠାରୁ ଆଗୁଆ ରହିଛନ୍ତି ।

ଦୀପାଳିଙ୍କ ସମ୍ପତ୍ତି କେତେ?

– ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ- ୧ କୋଟି ୮୮ ଲକ୍ଷ ୬ ହଜାର ୪୩୬ ଟଙ୍କା
– ଦୀପାଳିଙ୍କ ମାଆଙ୍କ ନାଁରେ ରହିଛି- ୩୨ କୋଟି ୫୨ ଲକ୍ଷ ୮୧ ହଜାର ୪୪୩ ଟଙ୍କାର ଅସ୍ଥାବର ସଂପତ୍ତି
– ଦୀପାଳିଙ୍କ ପାଖରେ ଅଛି ୩୪ ଲକ୍ଷ ୩୯ ହଜାର ଟଙ୍କାର ସ୍ଥାବର ସଂପତ୍ତି
– ମାଆଙ୍କ ପାଖରେ ଥିବା ସ୍ଥାବର ସଂପତ୍ତିର ମୂଲ୍ୟ- ୫ କୋଟି ୪୨ ଲକ୍ଷ ୧ ହଜାର ୪୦୦ ଟଙ୍କା
– ପାଖରେ କୌଣସି ସୁନା ଗହଣା ରଖିନାହାନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ
– ତେବେ ମାଆଙ୍କ ପାଖରେ ୩୩୦ ଗ୍ରାମ ସୁନା ଓ ୮୫୦ ଗ୍ରାମ ରୁପା ରହିଛି
– ୪୨ ଲକ୍ଷ ଟଙ୍କାର ଏକ୍ସକାଭେଟର ଗାଡି ଦୀପାଳି ଦାସଙ୍କ ନାଁରେ ରହିଛି
– ପାଖରେ ମାତ୍ର ୨ ଲକ୍ଷ ୮୫ ହଜାର ନଗଦ ଟଙ୍କା ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଦୀପାଳି
– ଦୀପାଳିଙ୍କ ନାଁରେ ୨୬ ଲକ୍ଷ ୭୧ ହଜାର ୬୬୩ ଟଙ୍କାର ଋଣ ରହିଛି
– ସ୍ପେନର ବାର୍ସିଲୋନାରେ ଥିବା ଇୟୁ ବିଜନେଓ ସ୍କୁଲରୁ ଏମବିଏ କରିଛନ୍ତି ଦୀପାଳି ଦାସ