କନକ ବ୍ୟୁରୋ: ପୂର୍ବରୁ ଜନପ୍ରତିନିଧି ଲୋକଙ୍କ ପାଖକୁ ଯାଉଥିଲେ । ଏବେ ନେତା ସଚିବଙ୍କ ଗୁଣଗାନ କରୁଛନ୍ତି । ଗତକାଲି ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ କରିବା ପରେ ଏଭଳି ଅଭିଯୋଗ କରିଛି ବିଜେପି । ଅମର ପଟ୍ଟନାୟକ କରିଥିବା ଟ୍ୱିଟରେ ଉଲ୍ଲେଖ ଥିଲା ନବୀନଙ୍କ ଦମ୍ । ଯେଉଁଥିରେ ୧୦ଟି ପଏଂଟରେ ନବୀନ ସରକାରଙ୍କ ଉପଲବ୍ଧି ବାବଦରେ ଉଲ୍ଲେଖ ଥିଲା । ଆଉ ଏବେ ବିଜେପି କିଛି ପ୍ରଶ୍ନ କରି ହିସାବ ମାଗିଛି ।

Advertisment

ନବୀନଙ୍କ ଦମ୍ ନାଁରେ ପୋଷ୍ଟର ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ ସାଂସଦ ଅମର ପଟ୍ଟନାୟକ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସହ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଫଟୋ ଲଗାଯାଇଥିଲା । ସରକାରଙ୍କ ସଫଳତା ବଖାଣିବା ବେଳେ ସଚିବଙ୍କ ଫଟୋ ଲଗାଇ ବିବାଦ ସୃଷ୍ଟି କରିଥିଲେ ସାଂସଦ । ବିରୋଧୀ ଏହାକୁ କଡ଼ା ସମାଲୋଚନା କରିଥିବା ବେଳେ ରାଜ୍ୟର ବିକାଶ ନେଇ ଅମର ପଟ୍ଟନାୟକ ଯେଉଁ ତାଲିକା ଦେଇଥିଲେ, ତାକୁ କଟାକ୍ଷ କରି ଟ୍ୱିଟ୍ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ।

ସାଂସଦ ଅମର ପଟ୍ଟନାୟକ ଦର୍ଶାଇଥିଲେ
ଅମରଙ୍କ ପୋଷ୍ଟର
୨୦୦୦ ମସିହାରେ ୩ଟି ବିଶ୍ୱବିଦ୍ୟାଳୟ ଥିଲା, ଏବେ ୩୫
କଟାକ୍ଷ କରି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି
ଅନୀଲଙ୍କ କଟାକ୍ଷ
୨୦୦୦ରେ ସର୍ବୋତ୍ତମ ବିଶ୍ୱବିଦ୍ୟାଳୟ ତାଲିକାରେ ଉକ୍ରଳ ବିଶ୍ୱବିଦ୍ୟାଳୟ ୧୭ ନମ୍ବର ଥିଲା, ଆଜି ୮୮
ଅମର କହିଥିଲେ
ଅମରଙ୍କ ପୋଷ୍ଟର
୨୦୦୦ରେ ୩ଟି ମେଡିକାଲ୍ କଲେଜ ଥିଲା, ଏବେ ୧୪
ଜବାବରେ ଅନୀଲ କହିଛନ୍ତି
ଅନୀଲଙ୍କ କଟାକ୍ଷ
୨୩ ବର୍ଷରେ ୧୨ଟି ମେଡିକାଲ୍ କଲେଜରୁ ୯ଟି କେନ୍ଦ୍ର ସରକାରଙ୍କର, ୩ଟି ଘରୋଇ
ସେହିପରି ନବୀନଙ୍କ ଦମ୍ ଶୀର୍ଷକ ପୋଷ୍ଟରରେ ଲେଖାଯାଇଛି –
ଅମରଙ୍କ ପୋଷ୍ଟର
୨୦୦୦ ମସିହାରେ ୯ ଭାଗ ଜମି ଜଳସେଚିତ ଥିଲା, ଏବେ ୬୦ ଭାଗ
ଜବାବରେ ଅନୀଲ କହିଛନ୍ତି
ଅନୀଲଙ୍କ କଟାକ୍ଷ
୨୦୦୦ ମସିହାରେ କୃଷିଭିତ୍ତିକ ଶିଳ୍ପ ଚିନି କଳ, ସୂତା କଳ, କାଗଜ କଳ ଥିଲା, ଆଜି ସେସବୁ ବନ୍ଦ
ସେହିପରି ଅମର ପଟ୍ଟନାୟକ କହିଥିଲେ
ଅମରଙ୍କ ପୋଷ୍ଟର
୨୦୦୦ରେ ଆମେ ଧାନ ମାଗୁଥିଲୁ, ଏବେ ଭାରତରେ ତୃତୀୟ ଧାନ ଉତ୍ପାଦନକାରୀ ରାଜ୍ୟ
କଟାକ୍ଷ କରି ଅନୀଲ କହିଛନ୍ତି
ଅନୀଲଙ୍କ କଟାକ୍ଷ
୨୦୦୦ରେ ଓଡ଼ିଶାରେ ଚାଷୀଙ୍କ ଆୟ ତଳ ଆଡୁ ଦୁଇ ନମ୍ବର ଥିଲା, ଆଜି ତଳ ଆଡୁ ଏକ ନମ୍ବର
ତୁଳନାତ୍ମକ ଚିତ୍ର ଦେଖାଇ ବିଜେଡି ସାଂସଦ କହିଛନ୍ତି,
ଅମରଙ୍କ ପୋଷ୍ଟର
୨୦୦୦ରେ ରାଜ୍ୟ ବଜେଟ ମାତ୍ର ୩ ହଜାର କୋଟି ଥିଲା, ଏବେ ଅଢ଼େଇ ଲକ୍ଷ କୋଟି
ଏହାର ଜବାବରେ ଅନୀଲ କହିଛନ୍ତି
ଅନୀଲଙ୍କ କଟାକ୍ଷ
୨୦୦୦ରେ ରାଜ୍ୟର ମୁଣ୍ଡପିଛା ଆୟ ଦେଶରେ ତଳ ଆଡୁ ୩ ନମ୍ବର ଥିଲା, ଏବେ ତଳ ଆଡୁ ୨ ନମ୍ବର

ଦୁଇ ନେତାଙ୍କ ଟ୍ୱିଟ୍ ୱାର ଯେତିକି ରୋଚକ ହୋଇଛି, ପୋଷ୍ଟରରେ ନବୀନଙ୍କ ସହ ପାଣ୍ଡିଆନ୍ ଫଟୋ ଦେଇ ସେତିକି ଚର୍ଚ୍ଚା ସୃଷ୍ଟି କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ବିରୋଧୀ ଏହାକୁ ନାପସନ୍ଦ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ବିରୋଧୀଙ୍କ ସମାଲୋଚନା ଭିତରେ ନବୀନଙ୍କ ଦମ୍ ନାଁରେ ପ୍ରସ୍ତୁତ ହୋଇଥିବା ପୋଷ୍ଟର ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।