ବିଜେଡି ବିରୋଧରେ ନଡ୍ଡାଙ୍କ ରଣହୁଙ୍କାର । ଓଡିଶାରେ ପଦ୍ମ ଫୁଟାଇବାକୁ ଦେଲେ ଆହ୍ୱାନ । ଏପଟେ ଦ୍ୱିତୀୟ ଦିନରେ ଗୁରୁମନ୍ତ୍ର ଦେଲେ ନବୀନ ।

66

କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଓଡିଶା ଗସ୍ତ ରାଜ୍ୟର ରାଜନୈତିକ ପାଣିପାଗକୁ ଉଷୁମ କରିଛି । ଦଳୀୟ କର୍ମୀଙ୍କ ଭିତରେ ଜୋଶ୍ ଭରିବାକୁ ପୁଣିଥରେ ଜନମତକୁ ପ୍ରଭାବିତ କରିବାକୁ ଆହ୍ୱାନ କରିଛନ୍ତି ଦିଲ୍ଲୀ ବିଜେପିର ଶୀର୍ଷ ନେତା । ଅନ୍ୟପଟେ ନଡ୍ଡାଙ୍କ ସ୍ୱରରେ ସ୍ୱର ମିଳାଇ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗୁରୁବାର ଭଳି ଶୁକ୍ରବାର ବି ଗୋଟିଏ ପଟେ ଜନତା ମଇଦାନରେ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିଲା ବିଜେପି । ଆଉ ମାତ୍ର ଅଳ୍ପ କେତେ ଦୂର ବରମୁଣ୍ଡା ପଡିଆରେ ପଦଯାତ୍ରା ପ୍ରସ୍ତୁତି ନାଁରେ ପରବର୍ତ୍ତୀ ରଣନୀତି ତିଆରି କରୁଥିଲା ବିଜେଡି ।

  • ବିଜେଡି ବିରୋଧରେ ନଡ୍ଡାଙ୍କ ରଣହୁଙ୍କାର
  • ଓଡିଶାରେ ପଦ୍ମ ଫୁଟାଇବାକୁ ଆହ୍ୱାନ

ଦ୍ୱିତୀୟ ଦିନରେ ବି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା । ଛାମୁଆ ସଂଗଠନର ନେତାଙ୍କ ଭିତରେ ଜୋସ୍ ଭରିବା ପାଇଁ, ନଡ୍ଡା କହିଛନ୍ତି, ବିକଶିତ ଓଡିଶା ଦେଖିବାକୁ ହେଲେ, ଓଡିଶାକୁ ବିଜେଡି ମୁକ୍ତ କରିବାକୁ ପଡିବ । ଭ୍ରଷ୍ଟାଚାରୀ ସରକାର ବିରୋଧରେ ଲଢ଼ିବାକୁ ପଡିବ । ଏମାନେ ରକ୍ଷକ ନୁହଁନ୍ତି ଭକ୍ଷକ । ଏମାନଙ୍କଠାରୁ ମୁକ୍ତ ହେବାକୁ ପଡିବ । ଆଉ ୨୦୨୪ରେ ଓଡିଶାରେ ପଦ୍ମ ଫୁଟାଇବାକୁ ପଡିବ । ଏପ୍ଣଙ୍କ ଶାସକ ଦଳ ବିଜେଡିକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଶାଣିତ ଆକ୍ରମଣ ପରେ, ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଜେପି ଭଳି ବିଜେଡି ପଦଯାତ୍ରା ପ୍ରସ୍ତୁତି ବୈଠକର ଦ୍ୱତୀୟ ଦିନରେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମୋଡରେ ସାମିଲ ହୋଇ ଜନ ପ୍ରତିନିଧି ଓ କର୍ମକର୍ତାଙ୍କୁ କହିଛନ୍ତି, ଲୋକଙ୍କ ସେବା ହେଉଛି ମୁଖ୍ୟ । ରାଜନୀତି ଏଥିପାଇଁ ମାଧ୍ୟମ ମାତ୍ର । ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ରାଜନୀତି ହୁଏ । ନିର୍ବାଚନ ସରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରନ୍ତୁ । ଆଉ ହେବାକୁ ଥିବା ପଦଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି ନବୀନ ପଟ୍ଟନାୟକ । ତେବେ ନିର୍ବାଚନକୁ ଆହୁରି ଢ଼େର ଦିନ ବାକି ଥିଲେ ବି ଦୁଇ ଦଳଙ୍କ ପ୍ରସ୍ତୁତି ରାଜ୍ୟ ରାଜନୈତିକ ବାତାବରଣକୁ ଉଷ୍ଣ କରିଛି ।