ବିଜେପିର ଚୁଡ଼ି ପିନ୍ଧା ଅଭିଯାନକୁ ବିଜେଡ଼ିର ସମାଲୋଚନା । ଚୁଡ଼ିକୁ ନାରୀର ଦୁର୍ବଳତାର ପ୍ରତୀକ କରି ରାଜନୀତି କରୁଛି ବିଜେପି ।

କାହିଁକି ବିଜେପି ମହିଳା ମୋର୍ଚ୍ଚା ଚୁଡ଼ିକୁ ଦୁର୍ବଳତାର ପ୍ରତୀକ କରି ରାଜନୀତି କରୁଛି ବୋଲି ପ୍ରଶ୍ନ କରିଛନ୍ତି କସ୍ତୁରି ।

164

କନକ ବ୍ୟୁରୋ: ବିଜେପିର ଚୁଡିପିନ୍ଧା ଅଭିଯାନକୁ ସମାଲୋଚନା କରିଛି ବିଜେଡି । ବିଜେଡି ମୁଖପାତ୍ର କସ୍ତୁରୀ ମହାପାତ୍ର କହିଛନ୍ତି ଯେ, କ’ଣ ଚୁଡ଼ି ଗୋଟେ ନାରୀର ଦୁର୍ବଳତାର ପ୍ରତୀକ କି? କାହିଁକି ବିଜେପି ମହିଳା ମୋର୍ଚ୍ଚା ଚୁଡ଼ିକୁ ଦୁର୍ବଳତାର ପ୍ରତୀକ କରି ରାଜନୀତି କରୁଛି ବୋଲି ପ୍ରଶ୍ନ କରିଛନ୍ତି କସ୍ତୁରି । ଏପରିକି ବିଜେପିର ଏଭଳି ପ୍ରସଙ୍ଗ ଆଉ ପ୍ରତିବାଦ ତାଙ୍କର ହନୀ ମାନସିକତାକୁ ପଦାରେ ପକାଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର କସ୍ତୁରୀ ମହାପାତ୍ର ।

ବିଜେପିର ଚୁଡ଼ି ପିନ୍ଧା ଅଭିଯାନକୁ କାଉଣ୍ଟର କରି କସ୍ତୁରୀ ମହାପାତ୍ର ପାଲଟା ବଲ୍ ବିଜେପି କୋର୍ଟକୁ ଫିଙ୍ଗି କହିଛନ୍ତି ଯେ, ବିହାର ଆଶ୍ରମରେ ଶତାଧିକ ଝିଅ ଦୁଷ୍କର୍ମର ଶିକାର ହେଲେ , କିନ୍ତୁ ସେଠାର ରାଜ୍ୟସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାବୁଙ୍କୁ କାହିଁକି ବିଜେପି ଚୁଡ଼ି ପିନ୍ଧାଇ ନଥିଲା ବୋଲି ପ୍ରଶ୍ନ କରିଛନ୍ତି କସ୍ତୁରୀ । ବିଜେଡି ଓ ବିଜେପିର ଏହି ଆରୋପ-ପ୍ରତ୍ୟାରୋପ ଭିତରେ ରାଜନୀତି ଜୋରଦାର ହେବାରେ ଲାଗିଛି । କାରଣ ଆଗକୁ ଅଛି ୨୦୧୯ ନିର୍ବାଚନ ।

ସେପଟେ ବିଜେପିର ଚୁଡ଼ି ପିନ୍ଧା ଅଭିଯାନରେ ସରକାରୀ ଦଫ୍ତରର ସୁରକ୍ଷାରେ ନିୟୋଜିତ ଥିବା ପୁଲିସଙ୍କୁ ବିଜେପି ଠାରୁ ମାଡ଼ ଖାଇବାକୁ ପଡ଼ିଥିବା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ପୁଲିସ୍ ଉପରକୁ ଚୁଡ଼ି ମାଡ଼ କରିବା ସହ ପୁଲିସ୍ କନଷ୍ଟେବଲଙ୍କୁ ଚାପୁଡ଼ା ମାରୁଥିବାର ଘଟଣାକୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।