ବିଜେଡିର ବାଦିପାଲା ପାର୍ଟ-୨

49

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡିରେ ତେଜିଲା ନିର୍ବାଚନ ଫଳ ବିବାଦ । ପୁଣି ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ ଡାକ୍ତର ଦାମୋଦର ରାଉତ । ମୁଁ କିଛି ଭୁଲ କହିନି, କି କାହାରି ନାଁ ନେଇନି । କିଏ ଯଦି ଦେହକୁ ନେବ ମୋର କିଛି କହିବାର ନାହିଁ । ଦଳର କ୍ଷତି ହେଉଥିବାରୁ ସେ ମୁହଁ ଖୋଲିଛନ୍ତି, ସେ କାହାକୁ ଟାର୍ଗେଟ କରୁନାହାଁନ୍ତି, ବରଂ ତାଙ୍କୁ ହଇରାଣ କରିବା ପାଇଁ ଅପଚେଷ୍ଟା କରାଯାଉଥିବା କହିଛନ୍ତି ଦାମ ରାଉତ । ମୋଦିଙ୍କ ପାରାଦୀପ ଗସ୍ତ ବେଳେ ବାଡି ଧରି ଆକ୍ରମଣ କିଏ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି ଦାମ । ମୋତେ ଅପମାନିତ କରିବା ପାଇଁ ଏଭଳି କରାଯାଇଥିଲା । ହେଲେ ସେଥିରେ ମୋ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କୁ ଅପମାନ ହୋଇଥାନ୍ତା। ଏଥିପାଇଁ ବାଧ୍ୟ ହୋଇ ସେ ଥାନାରେ ଅଭିଯୋଗ କରିଥିଲେ ବୋଲି କହିଛନ୍ତି । ଦାମଙ୍କ ସମର୍ଥନରେ ମତ ରଖିଛନ୍ତି ହୁସେନ ରବି ଗାନ୍ଧୀ । ଏହାସହ ପ୍ରଭାତ ଓ ବିଷ୍ଣୁଙ୍କୁ ସେ କଟାକ୍ଷ କରିଛନ୍ତି ।

ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ କଟାକ୍ଷ ନେଇ ପ୍ରତିକ୍ରିୟା ରଖି ବିଧାୟକ ଦେବାଶିଷ ସାମନ୍ତରାୟ କହିଥିଲେ ଦାମ ବାବୁଙ୍କ ଭଳି ଜଣେ ବରିଷ୍ଠ ମନ୍ତ୍ରୀଙ୍କଠାରୁ ଏଭଳି ବୟାନ ଆଶା କରାଯାଏନି । ସେପଟେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ଦାମୋଦର ରାଉତଙ୍କୁ ସମାଲୋଚନା କରିଥିଲେ । କହିଥିଲେ ଦାମ ବାବୁ ଦଳର ଜଣେ ବରିଷ୍ଠ ନେତା । ସେ ଏଭଳି ମତ ରଖିବା ଶୋଭା ପାଉନି ।