୫-ଟି ସଚିବଙ୍କୁ ନେଇ କେନ୍ଦ୍ରର ଚିଠି ପରେ ଜବାବ ରଖିଲା ବିଜେଡି । ପ୍ରସନ୍ନ କହିଲେ, କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି ମୁଖ୍ୟମନ୍ତ୍ରୀ, ବରଂ ଲୋକଙ୍କ ପାଖରେ ସରକାରଙ୍କୁ ପହଞ୍ଚାଇଛନ୍ତି ।

୫-ଟି ସଚିବଙ୍କୁ ନେଇ କେନ୍ଦ୍ରର ଚିଠି ପରେ ଜବାବ ରଖିଲା ବିଜେଡି । ପ୍ରସନ୍ନ କହିଲେ, କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି ମୁଖ୍ୟମନ୍ତ୍ରୀ, ବରଂ ଲୋକଙ୍କ ପାଖରେ ସରକାରଙ୍କୁ ପହଞ୍ଚାଇଛନ୍ତି ।

କନକ ବ୍ୟୁରୋ : ୫-ଟି ସଚିବଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ କହିଛନ୍ତି, କିଛି ଲୋକ କହୁଛନ୍ତି ପାୱାର ଡେଲିଗେଟ୍ ହେଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି । ମୁଖ୍ୟମନ୍ତ୍ରୀ ବିଜେଡିର ସଭାପତି ହିସାବରେ ଦଳର କର୍ମୀଙ୍କୁ ଦାୟିତ୍ୱ ଦେଉଛନ୍ତି । ସେହିପରି ଶାସନର ମୁଖ୍ୟ ଭାବେ ସରକାରୀ କର୍ମକର୍ତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି । ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସମ୍ପୂର୍ଣ୍ଣ ସାମ୍ବିଧାନିକ । ସେ କାହାକୁ କ୍ଷମତା ହସ୍ତାନ୍ତର କରି ନାହାନ୍ତି ।

ସେହିଭଳି ପ୍ରସନ୍ନ କହିଛନ୍ତି ଯାହା ନିକଟରେ କୌଣସି ପ୍ରସଙ୍ଗ ନଥାଏ, ସେମାନେ ଏମିିତି କୁହନ୍ତି । ଡିଓପିଟି ଚିିଠି ଆସିବା ନୂଆ କଥା ନୁହେଁ । ଏଭଳି ଚିରାଚରିତ ଚିଠି ଆଗରୁ ଆସିଛି । ସରକାର ଲୋକଙ୍କ ନିକଟରେ ପହଁଚୁଛି ସେଥିଲେ ଲୋକ ଖୁସି । ଆଗାମୀ ନିର୍ବାଚନରେ ବିକାଶର ପ୍ରଭାବ ପଡିବ ।

ଏହାପୂର୍ବରୁ ୫–ଟି ସଚିବଙ୍କ ଗସ୍ତକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇ ଆସୁଛନ୍ତି । ସଚିବ ଆଇଏଏସ କଣ୍ଡକ୍ଟ ରୁଲ ଉଲଂଘନ କରୁଥିବା ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କ ନିକଟରେ ଫେରାଦ ହୋଇଛନ୍ତି । ଆଉ ଫେରାଦ ହେବା ପରେ ଅଭିଯୋଗର ତଦନ୍ତ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଚିଠି କରିଛି । ତେବେ ମୁଖ୍ୟ ଶାସନ ସଚିବ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe