ସଂସଦରେ ବିଜେପି-ବିଜେଡି ମୁହାଁମୁହିଁ । କେନ୍ଦ୍ରମନ୍ତ୍ରୀ କହିଲେ, ସ୍ୱାମୀନାଥନ କମିଟି ଲାଗୁ କରିବା ପୂର୍ବରୁ ତାକୁ ଆଗ ବୁଝନ୍ତୁ । ପାଲଟା ଜବାବ୍ ଦେଲେ ବିଜେଡି ସାଂସଦ ।

96

କନକ ବ୍ୟୁରୋ : ସଂସଦରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ସଂସଦରେ ଏବେ ଉଠିଛି ଓଡିଶା ତାତି । ଗତକାଲି ରାଜ୍ୟ ସଭାର ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଓ ସସ୍ମିତ ପାତ୍ରଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ସ୍ୱାମୀ ନାଥନ କମିଟି ସୁପାରିଶ ପ୍ରସଙ୍ଗରେ ବିଜେଡି ସାଂସଦ ସଠିକ ତଥ୍ୟ ଦେଖି ଗୃହରେ ଉତ୍ତର ରଖନ୍ତୁ ।

ବିଜେଡିର ଦୁଇ ଆଗୁଆ ସାଂସଦଙ୍କୁ ସମାଲୋଚନା କରିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏନେଇ ଆଜି ସଂସଦରେ ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସଂସଦରେ ସ୍ୱାମୀନାଥନ କମିଟିରେ କଣ କୁହାଯାଇଛି ଏନେଇ ଉତ୍ତର ରଖିଛନ୍ତି ସସ୍ମିତ ପାତ୍ର । ସେ କହିଛନ୍ତି ସ୍ୱାମୀନାଥନରେ କୁହାଯାଇଛି ଯେଉଁ ଦେଢ ଗୁଣା ବୃଦ୍ଧି କଥା କୁହାଯାଇଥିଲା । ସେହି ବୃଦ୍ଧି ଏଟୁ ଏଫଏଲରେ ନଥିଲା ସିଟୁରେ ଥିଲା ।

ତେବେ ଏହି ସିଟୁ ଏଟୁ ଓ ଏଟୁଏଫଲ କଣ ପୂରା ସ୍ପଷ୍ଟ ଭାବେରେ ବୁଝାଇଛନ୍ତି ସସ୍ମିତ ପାତ୍ର । ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ଏହି ମନ୍ତବ୍ୟ ଦେଇଛନ୍ତି ବିଜେଡି ସାଂସଦ । ଏଥର ବଜେଟ୍‌ ଅଧିବେଶନରେ ବିଜେଡି ସାଂସଦମାନେ ଅଧିକ ଆକ୍ରମଣାତ୍ମକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଚାଉଳ ବିବାଦକୁ ସାଂସଦ ଭର୍ତ୍ତୃହରି ମହତାବ ସଂସଦକୁ ଟାଣି ନେବା ପରେ ବୁଧବାର ମହିଳା ସଂରକ୍ଷଣ ଓ ଏମଏସପି ଏବଂ ସ୍ୱାମୀନାଥନ୍ କମିଟି ସୁପାରିସ ପ୍ରସଙ୍ଗରେ ଦୁଇ ସାଂସଦ ପ୍ରସନ୍ନ ଆଚାର୍ୟ୍ୟ ଓ ସସ୍ମିତ ପାତ୍ର ଗର୍ଜନ କରିଥିଲେ।

ତେବେ ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ନିଜ ମନ୍ତବ୍ୟ ରଖିବା ପରେ ପୁଣି ଆକ୍ସନ ମୋଡରେ ରହିଛନ୍ତି ବିଜେଡି ସାଂସଦ । ଗତକାଲି ଧର୍ମେନ୍ଦ୍ର ପ୍ରଧାନ କରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ସସ୍ମିତ ପାତ୍ର ।