ଇଣ୍ଡିଆନ ଆଇଡଲରେ ଓଡିଆ ପୁଅଙ୍କ ସ୍ୱରର ଯାଦୁ ! ଟପ୍ ୧୦ରେ ସ୍ଥାନ ପକ୍କା କଲେ ବିଶ୍ୱଜିତ୍ ମହାପାତ୍ର ।

46

କନକ ବ୍ୟୁରୋ : ସ୍ୱର ଯାଦୁକର ବିଶ୍ୱଜିତ୍ । ଇଣ୍ଡିଆନ ଆଇଡଲ ଟପ ଫୋର୍ଟିନରେ ସ୍ଥାନ ପକ୍କା କରିଛନ୍ତି ଓଡିଆ ଯୁବକ ବିଶ୍ୱଜିତ ମହାପାତ୍ର । ନିଜ ସ୍ୱରର ଯାଦୁରେ ଅଗଣିତ ଦର୍ଶକ ଓ ବିଚାରପତିଙ୍କ ହୃଦୟ ମନ ଜିଣୁଛନ୍ତି ଏହି ଯୁବ ପ୍ରତିଭା । କଳାହାଣ୍ଡି ଜିଲ୍ଲାର ବିଶ୍ୱଜିତ୍ ସବୁ ପ୍ରକାର ଗୀତ ଗାଇ ଇଣ୍ଡିଆନ ଆଇଡଲର ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଛନ୍ତି ।

ବହୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଶ୍ୱଜିତ୍ ଏବେ ଟପ୍ ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ରହିଛନ୍ତି । ଇଣ୍ଡିଆନ ଆଇଡଲ ଦେଶର ସବୁଠୁ ଲୋକପ୍ରିୟ ସିଙ୍ଗିଙ୍ଗ ରିଏଲିଟି ସୋ । ସାରା ଦେଶରୁ କଣ୍ଠଶିଳ୍ପୀ ନିଜ ଗାୟକିର ଜଲୱା ଦେଖାଇବାକୁ ଏହି ମଂଚକୁ ଆସିଥାନ୍ତି । ତେଣୁ ଇଣ୍ଡିଆନ ଆଇଡଲ ସିଙ୍ଗିଙ୍ଗ ରିଏଲିଟି ସୋ’ରେ ବିଶ୍ୱଜିତଙ୍କ ସଫଳତା ଓଡିଶା ପାଇଁ ଗର୍ବ ଓ ଗୌରବ ବିଷୟ ନିଶ୍ଚୟ ।