ଭିତରକନିକାରେ କୁମ୍ଭୀର ଓ ପକ୍ଷୀ ଗଣନା ଶେଷ । କୁମ୍ଭୀର ସଂଖ୍ୟା ୧୬୯୮କୁ ବୃଦ୍ଧି  । 

48

କନକ ବ୍ୟୁରୋ : ଭିତରକନିକାରେ କୁମ୍ଭୀର ଓ ପକ୍ଷୀ ଗଣନା ଶେଷ ହୋଇଛି  । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧୬ଟି କୁମ୍ଭୀର ଅଧିକ ରହିଛନ୍ତି । ଗତବର୍ଷ ଏଠାରେ ୧ହଜାର ୬୮୨ଟି କୁମ୍ଭୀର ଥିବାବେଳେ ଚଳିତ ବର୍ଷ ଏହା ୧ହଜାର ୬୯୮ରେ ପହଂଚିଛି  । ସେହିପରି ଭିତରକନିକାରେ ମୋଟ ୮୩ପ୍ରକାର ପକ୍ଷୀଙ୍କୁ ଠାବ କରାଯାଇଛି । ଏଠାରେ ୧ଲକ୍ଷ ୧୨ହଜାର ୯୩୭ଟି ପକ୍ଷୀ ଥିବା ଗଣନାରୁ ଜଣାପଡିଛି  ।

ସେହିପରି ଚିଲିକାରେ ପକ୍ଷୀ ଗଣନା ପରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା କମିଥିବା ଜଣାପଡିଛି । କିନ୍ତୁ ଚିଲିକା ଉପକୂଳବର୍ତୀ ବ୍ରହ୍ମଗିରିରେ ଗତ ଦୁଇ ବର୍ଷ ଅପେକ୍ଷା ପକ୍ଷୀଙ୍କ ସଂଖ୍ୟା ବଢିଥିବା ଜଣାପଡିଛି  ।