ଆତଙ୍କବାଦ ଦମନ ପାଇଁ ବିପିନ ଦେଉଥିଲେ ଅଭୟବାଣୀ: ସେନାରେ ଯୋଗ ଦେବାକୁ ଯୁବ ପୀଢିଙ୍କୁ କରୁଥିଲେ ଆକୃଷ୍ଟ

91

କନକ ବ୍ୟୁରୋ: ଡିସେମ୍ୱର ୮ ତାରିଖ ମଧ୍ୟାହ୍ନରେ ତାମିଲନାଡୁ କୁନ୍ନରରେ ଘଟିଥିଲା ଏହି ବିମାନ ଦୁର୍ଘଟଣା । ଏହା ପରେ ପରେ ସମସ୍ତଙ୍କ ନଜର ରହିଥିବା ଦୁର୍ଘଟଣା ଉପରେ, କାରଣ ଚପରରେ ଥିଲେ ସିଡିଏସ ବିପିନ ରାୱତ । ସଂଖ୍ୟା ୬ଟା ୩ ମିନିଟରେ ଆସିଥିଲା ବାୟୁସେନାର ଏହି ଟୁଇଟ । ଯାହା ପରେ ପରେ ସିଡିଏସ ବିପିନ ରାୱତଙ୍କ ପରଲୋକ ଖବର ଉପରେ ଲାଗି ଯାଇଥିଲା ମୋହର ।

ଦେଶର ପ୍ରଥମ ସିଡିଏସଙ୍କୁ ମନେ ରଖିବ ଭାରତ । କାରଣ ତିନି ସେନାର ପ୍ରମୁଖ ଭାବରେ ଜେନେରାଲ ବିପିନ ରାୱତ , ପ୍ରଥମ ବ୍ୟକ୍ତି ଭାବରେ ସିଡିଏସ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ମାଇଲଖୁଂଟ ସ୍ଥାପନ କରିଯାଇଛନ୍ତି ।

ଦେଶରେ ଯୁବ ପିଢୀଙ୍କ ମଧ୍ୟରେ ସେନା ପ୍ରତି ଆଜି ଯେଉଁ ଆକର୍ଷଣ ବଢିଛି, ତାହାର ବି କାରଣ ଥିଲେ ସିଡିଏସ ଜେନେରାଲ ବିପିନ ରାୱତ । ସେହି ସ୍ପଷ୍ଟ ଭାବରେ ଦେଶର ଯୁବକଙ୍କୁ କହିଥିଲେ , ଭାରତୀୟ ସେନା କେବଳ ଚାକିରୀ ନୁହଁ , ଦେଶ ପାଇଁ ସେବା କରିବାର ବଡ ମାଧ୍ୟମ । ଦେଶରେ ଆତଙ୍କବାଦକୁ ଦୃଢ ହସ୍ତରେ ଦମନ ପାଇଁ ସେ ସେନାକୁ ଦେଇଥିଲେ ଅଭୟବାଣୀ । କିନ୍ତୁ ଆଗାମୀ ପିଢି କିପରି ଏହି ବାଟରେ ନଯିବେ ସେଥିପାଇଁ ଶିଶୁଙ୍କୁ ସୁଧାରିବାକୁ ରଖି ଆସୁଥିଲେ ପରାମର୍ଶ ।

ଆମେରିକା ଯେପରି ଆତଙ୍କବାଦକୁ ଦୃଢ ହସ୍ତରେ ଦମନ କରୁଛି, ସେମିତି କରିବାକୁ ସାହସ ଦେଖାଇଥିଲେ ସିଡିଏସ । ରାଇସିନା ହିଲ୍ ଡାଏଲଗରେ ସିଡିଏସ ବିପିନ ରାୱତଙ୍କ ଏ କଥା ସବୁଦିନ ମନେ ରଖିବ ସାରାଦେଶ । ଦେଶର ତିନି ସେନା ମଧ୍ୟରେ ଅଧିକ ସମନ୍ୱୟ ପାଇଁ କେନ୍ଦ୍ର ସରକାର ତିଆରି କରିଥିଲେ ନୂଆ ପଦବୀ , ଡିସିଏସ, ବା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ । ପ୍ରତିରକ୍ଷା କ୍ଷେତ୍ରରେ ଦେଶ କେମିତି ଆଗକୁ ଯିବ ବାଟ ଦେଖାଉଥିଲେ ସିଡିଏସ । ଜେନେରାଲ ବିପିନ ରାୱତ ଏହି ପଦବୀରେ ଯେଉଁ ଛାପ ଛାଡିଛନ୍ତି, ତାହାକୁ ଆଗାମୀ ସମୟରେ ମନେ ରଖିବ ପୁରା ଦେଶ ।