ମା’ ହେବେ ବ୍ଲାକ ବିୟୁଟି ବିପାଶା !

31

ବ୍ଲାକ ବିୟୁଟି ବିପାଶା ମା ହେବେ ବୋଲି କିଛିଦିନ ହେଲା ଅନେକ ଖବର ଆସୁଥିଲା । ଲାଗୁଛି ଏହି ଖବର ଖୁବ ଶ୍ରୀଘ୍ର ସତ ହେବାକୁ ଯାଉଛି । ବିପାଶା ତାଙ୍କ ଫ୍ୟାନଙ୍କୁ ବହୁତ ଯଲଦି ଖୁସି ଖବର ଦେବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ନିକଟରେ ଭାଲେଣ୍ଟାଇନ ଡେ ସେଲିବ୍ରେଟ କରିବା ପାଇଁ ପତି କରଣ ଗ୍ରୋଭରଙ୍କ ସହ ଏକାଠି ନଜର ଆସିଥିଲେ ବିପାଶା ।

ସେ ଏହି ଭାଲେଣ୍ଟାଇନ ଡେ ଅବସରରେ ଏକ ଲାଲରଙ୍ଗର ସୁନ୍ଦର ଡ୍ରେସ ପିନ୍ଧିଥିଲେ ଓ ତା’ଉପରେ ଏକ ବ୍ୟାଗ ପକାଇଥିଲେ । କିନ୍ତୁ ଫଟୋରୁ ଜଣାପଡୁଛି ସେ ଏପରି କରି ତାଙ୍କ ପେଟକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ । କେବଳ ଏତିକି ନୁହଁ ତାଙ୍କ ସାଙ୍ଗମାନେ ମଧ୍ୟ ତାଙ୍କୁ ଚାଲିବାରେ ସାହାଯ୍ୟ କରୁଥିବାର ଦେଖା ଦେଇଥିଲା ।

ବିପାଶା ବହୁତ ଧୀରେ ଧୀରେ ଓ ସାବଧାନ ସହକାରେ ଚାଲୁଥିଲ । ସେହି ସମୟରେ କରଣ ମଧ୍ୟ ତାଙ୍କର ଅଧିକ ଧ୍ୟାନ ରଖୁଥବାର ଦେଖା ଯାଇଥିଲା । ବିପାଶା ସେଠାରେ ବାରମ୍ବାର ବ୍ୟାଗକୁ ନିଜ ପେଟ ସାମ୍ନାରେ ରଖୁଥିଲେ ,ଏଥିରୁ ଜଣାପଡୁଛି ସେ ଆଗକୁ ତାଙ୍କ ପ୍ରସଂଶକଙ୍କୁ ଭଲ ଖବର ଶୁଣାଇବେ ।