୪୩ ବର୍ଷରେ ମା’ ହେଲେ ଅଭିନେତ୍ରୀ ବିପାଶା ବସୁ, ଘରକୁ ଆସିଲା କୁନି ପରି

2,629

କନକ ବ୍ୟୁରୋ: ଅଭିନେତ୍ରୀ ବିପାଶା ବସୁ ଓ କରଣ ସିଂଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । କାରଣ ବିପାଶାଙ୍କ ଘରକୁ ଆସିଛି କୁନି ପରି । ହଁ, ୪୩ ବର୍ଷରେ ମା’ ହେବାର ସୌଭାଗ୍ୟ ପାଇଛନ୍ତି ବିପାଶା । ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ବିପାଶା ।

 ପ୍ରେଗ୍ନାନ୍ସି ସମୟରେ ବିପାଶାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ତାଙ୍କର ମ୍ୟାଟରନିଟିି ଫଟୋସୁଟ୍ ଏବେବି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ କୁନି ଝିଅ ଆସିବା ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ହୋଇଛି ବୋଲି  କହିଛନ୍ତି କରଣ ସିଂ ।

 ଏହା ପୂର୍ବରୁ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ମଧ୍ୟ ଏକ କନ୍ୟା ସନ୍ତାନର ବାପା, ମା’ ହେବାର ସୌଭାଗ୍ୟ୍ୟ ପାଇଛନ୍ତି ।