ଭାଗ୍ ମିଲଖା ଭାଗ୍ । ଅଲିମ୍ପିଆନଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ଖୁବ୍ କମାଲ୍ କରିଥିଲା । ସମସ୍ତେ ଦେଖିଥିଲେ ମିଲଖା ସିଂଙ୍କ କ୍ୟାରିୟର୍ ଓ କାହାଣୀ । ଆଉ ଫିଲ୍ମର ନିର୍ଦେଶନା ଦେଇଥିଲେ ରାକେଶ ଓମ୍ ପ୍ରକାଶ ମେହେରା । ଏବେ ସେ ଦୂତିଙ୍କୁ ନେଇ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି । ରିଓ ଅଲିମ୍ପିକ୍ସ ପୂର୍ବରୁ ସେ ଏନେଇ ଦୂତୀଙ୍କ ସହ ଯୋଗାଯୋଗ କରିଥିଲେ । ତେବେ ଦୂତୀ କହିଥିଲେ ଖେଳ ସରିବା ପରେ ଏନେଇ ଚୁଡାନ୍ତ ନିଷ୍ପତି ଶୁଣାଇବେ । ଆଉ ଆସନ୍ତା ୧୦ ତାରିଖରେ ଏହି ଫିଲ୍ମ ନିର୍ମାଣ ନେଇ ସେ ପ୍ରଯୋଜନା ସଂସ୍ଥା ସହ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛନ୍ତି ଦୂତୀ ।
ଏହି ଫିଲ୍ମରେ କେଉଁ ହିରୋଇନ୍ କରିବେ ଦୂତୀଙ୍କ ଅଭିନୟ । ତାକୁ ନେଇ ଖୁବ୍ ଉତ୍ସୁକତା ଦୂତୀଙ୍କ ମନରେ । ତେବେ ତାଙ୍କ ଉଚ୍ଚତାର ବଲିଉଡ ହିରୋଇନ୍ ନଥିବାରୁ , ସେ ଚାହୁଁଛନ୍ତି ପ୍ରିୟଙ୍କା ଦୂତୀ ସାଜନ୍ତୁ ।
ନିକଟରେ ରିଲିଜ୍ ହୋଇଥିଲା ବଲିଉଡ୍ ବାୟୋପିକ୍ ବୁଦ୍ଧିଆ ସିଂ ବର୍ଣ୍ଣ ଟନ୍ । ଆଉ ପ୍ରଥମ ଥର ପାଇଁ ଓଡିଆ କ୍ରୀଡାବିତଙ୍କ ଉପରେ ଏହି କମର୍ସିଆଲ୍ ଫିଲ୍ମ ନିର୍ମାଣ ହୋଇଥିଲା । ଆଉ ଏବେ ଦୂତୀଙ୍କ ରିୟଲ୍ କାହାଣୀ ରିଲ୍ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/235_00000.jpg)