କନକ ବ୍ୟୁରୋ : ଚୋର ଲୁଟି ନେଲେ ୩ ଲକ୍ଷ । ପୁରୀ ସହରରୁ ଆସିଛି ଏଭଳି ଏକ ଅଭିଯୋଗ । ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍ ସମୟର ଚିତ୍ର ସିସିଟିଭିରେ କଏଦ ହୋଇଛି । ପୁରୀ ତାଳବଣିଆ ଥାନା ମଧୁବନ ଅଞ୍ଚଳର ଜଣେ ମହିଳାଙ୍କଠାରୁ ଏହି ଲୁଟ୍ ହୋଇଛି ।

Advertisment

ସୂଚନା ଅନୁସାରେ ମଧୁବନ ଦ୍ୱିତୀୟ ଲେନର ୫୦ ବର୍ଷିୟା ମହିଳା, ବିଚିତ୍ରା ବିଶ୍ୱାଳ ତାଙ୍କ ପୁଅ ସହ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ । ନବକଳେବର ରୋଡରେ ଥିବା ଏସବିଆଇ ଶାଖାରୁ ଦିନ ୧୧ଟା ବେଳେ ୩ ଲକ୍ଷ ଟଙ୍କା ଉଠାଇ ଚାଲି ଚାଲି ଘରକୁ ଫେରୁଥିଲେ । ଆଉ ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ହାତରୁ ଟଙ୍କା ଛଡ଼ାଇ ନେଇ ଫେରାର୍ ହୋଇ ଯାଇଥିଲେ । ଏନେଇ ତାଳବଣିଆ ଥାନାରେ ଏତଲା ଦିଆଯାଇଛି । ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି । ବିଚିତ୍ରା ବିଶ୍ୱାସ ତାଙ୍କ ଝିଅ ବାହାଘର ପାଇଁ ଟଙ୍କା ଉଠାଇଥିଲେ ।