ଗୌହାଟି-ବିକାନେର ଏକ୍ସପ୍ରେସ ଦୁର୍ଘଟଣା: ୫ ଯାତ୍ରୀ ମୃତ, ୧୦୦ରୁ ଅଧିକ ଯାତ୍ରା ଆହତ । ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ

133

କନକ ବ୍ୟୁରୋ: ଗୌହାଟି-ବିକାନେର ଏକ୍ସପ୍ରେସ ଦୁର୍ଘଟଣା । ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲାର ନ୍ୟୁ ଦୋମୋହାନି ରେଲୱେ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ୧-୫-୬-୩-୩ ରହିଛି ଏହି ଟ୍ରେନ ନମ୍ବର । ସଂଧ୍ୟା ୫ଟା ସମୟରେ ଏହି ଟ୍ରେନ ଦୁର୍ଘଟଣାର ଶିକାର ହୋଇଛି । କୋଚ ଗୁଡିକ ଲାଇନଚ୍ୟୁତ ହେବାରୁ ଏହି ଦୁର୍ଘଟଣା ଘଟିଛି । ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ରହିଛି ।

ଦୁର୍ଘଟଣାରେ ୧୦୦ରୁ ଅଧିକ ଯାତ୍ରା ଆହତ ହୋଇଥିବା ବେଳେ ୫ ଜଣଙ୍କର ଶେଷ ଖବର ସୁଦ୍ଧା ମୃତ୍ୟୁ ଘଟିଛିା ଦୁର୍ଘଟଣା ପରେ ଘଟଣାସ୍ଥଳକୁ ଏନଡିଆରଏଫ ଟିମ୍ ଯାଇଥିବା ସୂଚନା ରହିଛି । ରେଳ ଧାରଣାରେ ଫାଟ ଥିବାର ୁଏହି ଦୁର୍ଘଟଣା ଘଟିଥିବା ବିଭିନ୍ନ ମିଡିଆ ରିପୋର୍ଟରୁ ଜଣାପଡିଛି । ଏହି ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଘଟଣାସ୍ଥଳରେ ଡିଆରଏମ୍ ପହଂଚି ତଦନ୍ତ କରୁଥିବା ସୂଚନା ରହିଛି ।