କନକ ବ୍ୟୁରୋ : ଆଜି ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହେବ ସ୍ୱାଧୀନତା ସଂଗ୍ରାମୀ, ଆଧୁନିକ ଓଡ଼ିଶାର ନିର୍ମାତା, ଦୁଃସାହସିକ ପାଇଲଟ୍ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡକୋଟା’ । ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସବୁପ୍ରକାରର ପ୍ରସ୍ତୁତି ଶେଷ ହୋଇଛି ।

Advertisment

ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀଅବସରରେ ଆଜି ସକାଳ ୯ ଟା ୨୫ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକୋଟାର ଉନ୍ମେଚନ କରିବେ । ଗତ ଜାନୁଆରୀରେ ଭୁବନେଶ୍ୱର ଆସିଥିଲା ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । କୋଲକାତାରୁ ଭୁବନେଶ୍ୱର ବିମାନ ବନ୍ଦରକୁ ବିମାନକୁ ଅଣାଯ।।ଇଥିଲା । ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଏହାକୁ ରଖାଯାଇଛି । ବିଜୁ ବାବୁଙ୍କ ପ୍ରିୟ ବିମାନ ଥିଲା ଡାକୋଟା । ଏହି ବିମାନରେ ବହୁ ଦୁଃସାହସିକ କାରନାମା କରି ଦେଖାଇଥିଲେ ବିଜୁ ବାବୁ । ଡାକୋଟାରେ ଯାଇ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଉଦ୍ଧାର କରିଥିଲେ । ଏହାସହ ପାକିସ୍ତାନ ଓ ଚୀନ୍ ସହ ଯୁଦ୍ଧ ବେଳେ ସୀମାନ୍ତରେ ଲଢ଼ୁଥିବା ଭାରତୀୟ ସେନାଙ୍କ ପାଇଁ ବିଜୁବାବୁ ନିଜେ ଡାକୋଟାରେ ଖାଦ୍ୟ ଓ ଯୁଦ୍ଧାସ୍ତ୍ର ପହଂଚାଇଥିଲେ । ଦୀର୍ଘବର୍ଷ ଧରି ପଡିରହିବା ଯୋଗୁଁ ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଥିଲା । ଭୁବନେଶ୍ୱର ଅଣାଯିବା ପରେ ବିମାନର ମରାମତି ଓ ରଙ୍ଗ କାମ ହୋଇଛି ।