ରାଜ୍ୟରେ ଏଯାଏଁ ୪କୋଟିରୁ ଅଧିକ ଲୋକ ନେଲେଣି କରୋନା ଟିକା । ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା 

75

କନକ ବ୍ୟୁରୋ : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪କୋଟି ୨୫ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ସେଥିମଧ୍ୟରୁ ୮୫ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ବେଳେ ୪୬ ପ୍ରତିଶତ ଲୋକ ନେଇଛନ୍ତି ୨ଟି ଡୋଜ ଟିକା ନେଇଛନ୍ତି । ଶିଶୁଙ୍କୁ ଟିକାକରଣରେ ଦେଶରେ ଏକ ନମ୍ବର ରାଜ୍ୟ ହେଲା ଓଡ଼ିଶା ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏହା ସହ ସେ କହିଛନ୍ତି ରାଜ୍ୟରେ ୯୦ ଦଶମିକ ୫ ପ୍ରତିଶତ ଶିଶୁ ସମସ୍ତ ଟିକା ନେଇଛନ୍ତି ।

ସେହିଭଳି ୯୨ଦଶମିକ ୨ ପ୍ରତିଶତ ହୋଇଛି ଆନୁଷ୍ଠାନିକ ପ୍ରସବ ହୋଇଥିବା ସୂଚନା ଦେଇଛନ୍ତି ।  ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଏହା ଦର୍ଶାଯାଇଛି । ଶିଶୁ ମୃତ୍ୟୁ ହାର କମାଇବାରେ ମଧ୍ୟ ଓଡ଼ିଶା ୧ ନମ୍ବର ହୋଇଛି ।  ରାଜ୍ୟରେ ଟିକାକରଣକୁ କେନ୍ଦ୍ରକୁ ପ୍ରଶଂସା କରିଥିବା ସେ ସୂଚନା ଦେଇଛନ୍ତି  । କେନ୍ଦ୍ରର ଯୁଗ୍ମ ସଚିବ ଗାୟତ୍ରୀ ମିଶ୍ର ଓଡ଼ିଶାରେ ଟିକାକରଣ ବୁଲି ଦେଖିଛନ୍ତି ।